Bikash Khabar
ଛାତ୍ରୀଙ୍କ ସୁରକ୍ଷା ପାଇଁ ଏସସି,ଏସଟି ହଷ୍ଟେଲରେ ଲାଗିବ ସିସିଟିଭି

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ବିଦ୍ୟାଳୟ ଗୁଡିକରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଥମ ପର୍ଯ୍ୟାୟରେ ହଜାରେ ହଷ୍ଟେଲରେ ସିସିଟିଭି କ୍ୟାମେରା ଲଗାଯିବ । ପରବର୍ତ୍ତି ପର୍ଯ୍ୟାୟରେ ସମସ୍ତ ହଷ୍ଟେଲରେ କ୍ୟାମେରା ବ୍ୟବସ୍ଥା ହେବ । ଏଥିପାଇଁ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନକୁ ଦାୟିତ୍ୱ ଦିଆଯାଇଛି । ଟେଣ୍ଡର ମାଧ୍ୟମରେ କର୍ପୋରେସନ ଏହି କାର୍ଯ୍ୟ କରିବ ।

ବିଭାଗ ଦ୍ୱାରା ଏବେ ୭ ହଜାର ହଷ୍ଟେଲ ଖୋଲାଯାଇଛି । ଏଥିରେ ୫ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଏସଟି,ଏସସି ହଷ୍ଟେଲ ଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଅଙ୍ଗୁଳି ଉଠୁଥିବାବେଳେ ସରକାର ସିସିଟିଭି ଲଗାଇବା ଦିଗରେ ପଦକ୍ଷେପ ନେଇଛନ୍ତି । 
 

01/11/2018

Leave a Reply

Your email address will not be published. Required fields are marked *

Comments