Bikash Khabar
ସିଫା ଆଣିଲା ୨ ମୋବାଇଲି ଆପ,ମତ୍ସଚାଷୀଙ୍କୁ ମିଳିବ ସୂଚନା

ରାଜ୍ୟର ମାଛ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ପ୍ରତିଷ୍ଠାନ (ସିଫା) ପକ୍ଷରୁ ୨ଟି ମୋବାଇଲ ଆପ୍ପ୍ରସ୍ତୁତ କରାଯାଇଛି। ଏହାକୁ ଡାଉନଲୋଡ୍ କରି ଚାଷୀମାନେ ମାଛ ଚାଷର ପ୍ରଣାଳୀ, ରୋଗ ସଂପର୍କିତ ସମସ୍ୟା ଅନ୍ୟାନ୍ୟ ସୂଚନା ପାଇପାରିବେ। ଏହା ଇଂରାଜୀ, ହିନ୍ଦୀ ଓଡ଼ିଆ ଭାଷାରେ ଉପଲବ୍ଧ ହେବ। ରାଜ୍ୟରେ ମାଛ ଉତ୍ପାଦନକୁ ବଢ଼ାଇବା ଚାଷୀମାନେ ପ୍ରତିଦିନ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ସିଫାର ନିର୍ଦେଶିକା(ଭାରପ୍ରାପ୍ତ) ବିନ୍ଦୁ ଆର୍‌. ପିଲ୍ଲାଇ। ଶୁକ୍ରବାର  ସିଫା ପରିସରରେ  ଶ୍ରୀମତୀ ପିଲ୍ଲାଇ କହିଲେ, ଏହି ଦୁଇ ଆପ୍ ନାଁ ହେଉଛି indaqua treatmyfishରାଜ୍ୟରେ ହାରାହାରି  ମାଛ ଉତ୍ପାଦନ ହେକ୍ଟର ପିଛା ୨ହଜାର କେଜି ରହିଥିବା ବେଳେ ଜାତୀୟ ହାର ହେକ୍ଟର ପିଛା ୩ହଜାର କେଜି ରହିଛି। ତେଣୁ ଉତ୍ପାଦନ ବଢ଼ାଇବା ପାଇଁ ସିଫା ପକ୍ଷରୁ ଉନ୍ନତମାନର ମାଛ ପ୍ରସ୍ତୁତ କରାଯିବା ସହ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି indaqua ଆପ୍ରେ ଚାଷୀ ମାଛ ଚାଷ ସଂପର୍କିତ ସମସ୍ତ ସୂଚନା ପାଇବେ treatmyfish ଆପ୍ରେ ମାଛରେ ହେଉଥିବା ବିଭିନ୍ନ ରୋଗ ସଂପର୍କିତ ସୂଚନା ମିଳିବ। ଗୁଗୁଲ ପ୍ଲେଷ୍ଟୋର୍ରେ ଏହା ଉପଲବ୍ଧ ହୋଇଛି। ମାତ୍ର ଖୁବଶୀଘ୍ର ଏହା କାର୍ଯ୍ୟ କରିବା ଆରମ୍ଭ କରିବ। ଚାଷୀମାନେ ସେମାନଙ୍କ ମାଛ, ପୋଖରୀ ପାଣିର ଫଟୋ ଉଠାଇ ଆପ୍ରେ ଅପଲୋଡ୍କଲେ ସିଫାର ବୈଜ୍ଞାନିକମାନେ ଏଥିପାଇଁ ଆବଶ୍ୟକ ସୂଚନା ପ୍ରଦାନ କରିବେ।

31/08/2019

Leave a Reply

Your email address will not be published. Required fields are marked *

Comments