Bikash Khabar
ଦେଶର ୪୦୦ ଜିଲ୍ଲାରେ ପହଂଚିଛି ସିଏନଜି-ଧର୍ମେନ୍ଦ୍ର

ଦେଶର ଘରେ ଘରେ ପହଂଚିଛି ରନ୍ଧନ ଗ୍ୟାସ ଆଉ ବିଜୁଳି । ୪୦୦ ଜିଲ୍ଲାରେ ସିଏନଜି ପହଂଚି ସାରିଛି । ୨୦୨୨ ସୁଦ୍ଧା ସବୁ ଜିଲ୍ଲାରେ ପହଂଚିବ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବୁଧବାର ଭୁବନେଶ୍ୱର ଜୟଦେବ ଭବନ ଠାରେ ତୈଳ ସଂରକ୍ଷଣ ଗବେଷଣା ଆସୋସିଏସନ (ପିସିଆରଏ) ଦ୍ୱାରା ଆୟୋଜିତ ତୈଳ ଓ ଗ୍ୟାସ ସଂରକ୍ଷଣ ସଚେତନତା ସକ୍ଷମ ୧୯ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତୈଳ ସଂରକ୍ଷଣ ପକ୍ଷକୁ ମାସେ ବ୍ୟାପୀ କରିବାର ପ୍ରସ୍ତାବ ଦେବା ସହ ଏହାକୁ ଜନ ଆନ୍ଦୋଳନରେ ରୂପାନ୍ତରିତ କରିବାକୁ ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ ।
ଭାରତରେ ମୁଣ୍ଡପିଚ୍ଛା ଇନ୍ଧନ ବ୍ୟବହାର ବହୁତ କମ୍ ଥିବାବେଳେ ଇନ୍ଧନ ସଂରକ୍ଷଣ କ୍ଷେତ୍ରରେ ଭାରତର ସ୍ୱତନ୍ତ୍ର ପରିଚିତି ରହିଛି ବୋଲି ମନ୍ତ୍ରୀ ପ୍ରଧାନ ସୂଚାଇଥିଲେ । ଦେଶରେ ଯାନବାହାନ କ୍ରୟ ସଂଖ୍ୟା ବଢୁଥିବାରୁ ଇନ୍ଧନର ଖର୍ଚ୍ଚ ମଧ୍ୟ ତାଳ ଦେଇ ବଢୁଥିବା ପ୍ରଧାନ କହିଥିଲେ । ଜଣେ ଚାଳକ ଗାଡ଼ି ଚାଳନା ବେଳେ ସାମାନ୍ୟ ସତର୍କତା ଅବଲମ୍ବନ କଲେ ଦେଶ ତୈଳ ସଂରକ୍ଷଣ କ୍ଷେତ୍ରରେ ଅଧିକ ସଫଳତା ପାଇପାରିବ । ତେଣୁ ଚାଳକମାନଙ୍କୁ ସଂରକ୍ଷଣ କୌଶଳ ଦିଗରେ ବୁଝାଇବାର ଆବଶ୍ୟକତାକୁ ନେଇ ମନ୍ତ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମନ୍ତ୍ରୀ ପ୍ରଧାନ ଶପଥ ପାଠ କରାଇଥିଲେ । ଏଥିରେ ବହୁ ପଦସ୍ଥ ଅଧିକାରୀ ଯୋଗଦାନ କରିଥିଲେ ।

17/01/2019

Leave a Reply

Your email address will not be published. Required fields are marked *

Comments