Bikash Khabar
୨୫୦ କାଶ୍ମୀର ଛାତ୍ରଙ୍କୁ ସହାୟତା ଦେଲା ସିଆରପିଏଫର ହେଲପ ଲାଇନ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶର ବିଭିନ୍ନ ରାଜ୍ୟରେ ପାଠ ପଢୁଥିବା ବା ଚାକିରୀ କରୁଥିବା କାଶ୍ମୀର ଯୁବକମାନେ ଅସୁରକ୍ଷିତ ହୋଇ ପଡ଼ିଥିବା ନେଇ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ ରିପୋର୍ଟ ଛାପିବା ପରେ ଏମାନଙ୍କ ସୁରକ୍ଷା ପାଇଁ ଆଗକୁ ଆସିଥିଲା ସିଆରପିଏଫ । ସିଆରପିଏଫ ପକ୍ଷରୁ ଏହି ହେଲପ ଲାଇନ ନମ୍ବର ଜାରୀ କରାଯାଇଥିଲା । ବିପଦରେ ପଡ଼ିଥିବା ବ୍ୟକ୍ତିମାନଙ୍କୁ ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା ।

ସିଆରପିଏଫର ସହାୟତା ହେଲପ ଲାଇନକୁ ୮୦ ପାଖାପାଖି ଫୋନ କଲ୍ ଆସିଥିଲା । ଦକ୍ଷିଣ କାଶ୍ମୀରର ଯୁବକମାନେ ନିଜକୁ ଅସୁରକ୍ଷିତ ଦର୍ଶାଇ ଫୋନ କରିବା ପରେ ସେନା ପକ୍ଷରୁ ସେମାନଙ୍କୁ ଅଣାଯାଇ ନିଜ ନିଜ ଘର ମାନଙ୍କରେ ଛଡ଼ାଯାଇଛି । ମଦଦଗାର ନାମକ ୨୪ ଘଣ୍ଟିଆ ହେଲପ ଲାଇନରେ ଡ଼େରାଡ଼ୁନ, ଚଣ୍ଡିଗଡ଼, ଦିଲ୍ଲୀରୁ  ଫୋନ କଲ୍ ଆସିଥିଲା । ସୁରକ୍ଷା ଲୋଡ଼ି ଫୋନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଗୁରୁଗ୍ରାମର ଏକ ଶିକ୍ଷାନୁଷ୍ଠାନରେ ପଢୁଥିବା ଜଣେ ଛାତ୍ର ଥିଲେ । ଯିଏକି ବିପଦରେ ଥିବା ଦର୍ଶାଇ ଫୋନ କରିବା ମାତ୍ରେ ସିଆରପିଏଫ, ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଛାତ୍ରଜଣଙ୍କ କହିଥିବା ଠିକଣାରେ ପହଂଚିଥିଲେ । ସେଠାର ସ୍ଥିତି ସେପରି କିଛି ନଥିଲା । ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶିକ୍ଷାନୁଷ୍ଠାନର କିଛି ଛାତ୍ର ମହମବତୀ ଶୋଭାଯାତ୍ରାରେ ବାହାରିବାକୁ ପ୍ରୟାସ କରୁଥିବାବେଳେ ଏବଂ ପାକିସ୍ଥାନ ମୁର୍ଦ୍ଦାବାଦ ସ୍ଲୋଗାନ ଦେଉଥିବାବେଳେ କାଶ୍ମୀରର ଏହି ଛାତ୍ର ଜଣଙ୍କ ନିଜ ପ୍ରକୋଷ୍ଠର ଭିତର ପଟୁ କବାଟ ଦେଇ ଚିତ୍କାର କରିବାକୁ ଲାଗିଥିଲା । ଛାତ୍ର ଜଣଙ୍କୁ ସିଆରପିଏଫ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିଛି ଏବଂ କୌଣସି କାଶ୍ମୀର ଛାତ୍ରଙ୍କୁ ଅସୁରକ୍ଷିତ ଅବସ୍ଥାରେ ଛାଡ଼ି ଦିଆଯିବ ନାହିଁ ବୋଲି ସେନା କହିଛି ।

20/02/2019

Leave a Reply

Your email address will not be published. Required fields are marked *

Comments