Bikash Khabar
ପଶୁ ସମ୍ବଳ ବିଭାଗ ହେବ ଡ଼ିଜିଟାଲ, କର୍ଣ୍ଣାଟକର ୧.୩ କୋଟି ଗାଇ ବଳଦଙ୍କ କାନରେ ଲାଗିବ ଡ଼ିଜିଟାଲ ଚିପ୍

ଏଣିକି ଗାଇ ବଳଦଙ୍କ ମାଲିକ ସହଜରେ ନିଜ ଗାଇଗେ।।ରୁଙ୍କୁ ଟ୍ରାକ୍ କରିପାରିବେ । କର୍ଣ୍ଣାଟକ ରାଜ୍ୟ ସରକାର ଖୁବ୍ ଶିଘ୍ର ଜିପିଏସ ଆଧାରିତ ଡ଼ିଜିଟାଲ ଚିପ୍ପ ଗାଇଗୋରୁଙ୍କ କାନରେ ଲଗାଇବାକୁ ଯାଉଥିବାରୁ ଗାଇବଳଦ ଚୋରୀ ରୋକାଯିବା ସହ ଅନୈତିକ ଭାବେ କଂସେଇଖାନା ଚାଲାଣକୁ ପ୍ରତିହତ କରାଯାଇପାରିବ । ନିଜ ଗାଇବଳଦଙ୍କୁ ଠାବ କରିବାରେ ଏହି ବ୍ୟବସ୍ଥା ଗୋପାଳନକାରୀଙ୍କୁ ସହାୟକ ହୋଇପାରିବ ।

ରାଜ୍ୟରେ ମୋଟ ୧.୩ କୋଟି ଗାଇବଳଦ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୧ ଲକ୍ଷ ହେଉଛନ୍ତି ଦୁହାଁଳିଆ ଗାଇ । ଗୋ ସମ୍ବଦର ସୁରକ୍ଷା ଓ ସଂରକ୍ଷଣ ଦିଗରେ ରାଜ୍ୟ ସରକାର ନିଜ ପ୍ରତିଶ୍ରୃତିବଦ୍ଧତାକୁ ପାଳନ କରୁଛନ୍ତି ବୋଲି ପଶୁ ସମ୍ବଳ ବିକାଶ ମନ୍ତ୍ରୀ ଭେଙ୍କଟରାଓ ନାଦ ଗୌଡ଼ା କହିଛନ୍ତି ।
ବିଭାଗୀୟ ଅଧିକାରୀମାନେ ଘର ଘର ବୁଲି ଏହି ଡ଼ିଜିଟାଲ ଚିପ୍ସ ଲଗାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବ୍ ଶିଘ୍ର ରାଜ୍ୟର ସମସ୍ତ ଗୋ ସମ୍ବଦକୁ ଏଭଳି  ବ୍ୟବସ୍ଥା ସହିତ ଯୋଡ଼ା ଯାଇ ଟ୍ରାକ୍ କରିବାରେ ଗୋପାଳକମାନଙ୍କୁ ସହାୟତା କରାଯିବା ମନ୍ତ୍ରୀ କହିଛନ୍ତି । ଦେଶୀ ଗାଇ ଦୁଗ୍ଧ ଉତ୍ପାଦନ ସହ ଖାଉଟିଙ୍କ ନିକଟରେ ପହଂଚାଇବା ପାଇଁ ପୃଥକ୍ ପ୍ୟାକେଜିଂ ୟୁନିଟ୍ କାର୍ଯ୍ୟକାରୀ ହେବ ବୋଲି ଭେଙ୍କଟରାଓ କହିଛନ୍ତି । 
 

15/11/2018

Leave a Reply

Your email address will not be published. Required fields are marked *

Comments