Bikash Khabar
ଏପରି ଆରମ୍ଭ କରନ୍ତୁ ସିମେଣ୍ଟରୁ ଇଟା ତିଆରି ବ୍ୟବସାୟ, ପ୍ରତି ମାସରେ ହେବ ଲକ୍ଷାଧିକ ଟଙ୍କାର ରୋଜଗାର

 ନିୟମିତ ରୋଜଗାର ପାଇଁ ଭଲ ଏକ ବ୍ୟବସାୟ ଖୋଜୁଥିବାବେଳେ ଫ୍ଲାଇଆସ ଇଟା ତିଆରି ଏକ ଭଲ ଉପାୟ ହୋଇପାରିବ । ଫ୍ଲାଇଆସ ଇଟାକୁ ସାଧାରଣରେ ସିମେଣ୍ଟ ଇଟା ବୋଲି କୁହାଯାଇଥାଏ । ଏଥିରୁ ବେଶ ଦୁଇ ପଇସା ରୋଜଗାର ହେବାର ସମ୍ଭାବନା ଅଛି ।

ବର୍ତ୍ତମାନ ସମୟରେ ଫ୍ଲାଏଆସ ଇଟାର ଚାହିଦା ଅଧିକ । ଏହାର ବ୍ୟବସାୟ ପାଇଁ ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ଯାଏ ନିବେଶ କରିବାକୁ ପଡ଼ିବ । ଏହାର ମେସିନର ଦାମ ୮ ଲକ୍ଷ ଟଙ୍କାରୁ ୨୨ଲକ୍ଷ ଟଙ୍କା ଯାଏ ହୋଇଥାଏ । ନୋଏଡ଼ା ସେକ୍ଟର-୧ ଠାରେ ଥିବା ଜୋଏକା ମାନ୍ୟୁଫାକ୍ଟରିଙ୍ଗ ଏହି ମେସିନର ଉତ୍ପାଦନ କରିଥାଏ । ୮ ଲକ୍ଷ ଟଙ୍କାର ଏହି ମେସିନରେ ପ୍ରତିଘଣ୍ଟାରେ ୧୦୦୦ରୁ ୧୫୦୦ ଇଟା ତିଆରି ହୋଇଥାଏ । ୧୨ ଲକ୍ଷ ଟଙ୍କା ଥିବା ମେସିନରେ ଘଣ୍ଟାକୁ ୭ ହଜାରରୁ ୮ ହଜାର ଇଟା ତିଆରି ହୋଇପାରେ । ଇଟା ଗଚ୍ଛିତ ରଖିବା ପାଇଁ ଆପଣଙ୍କ ନିକଟରେ ଯାଗା ଥିବା ଦରକାର । ଏହି ଇଟାରେ ନିର୍ମାଣ କରାଗଲେ ୨୦ରୁ ୩୦ ପ୍ରତିଶତ ସିମେଣ୍ଟ ଖର୍ଚ୍ଚ କମ୍ ହୋଇଥାଏ । କୋଇଲାରୁ ବିଜୁଳି ଉତ୍ପାଦିତ ପ୍ଲାଣ୍ଟରୁ ଏହା ମିଳିଥାଏ । ୫୫ ପ୍ରତିଶତ ଫ୍ଲାଏଆସ, ୩୫ ପ୍ରତିଶତ ମାଟି ଓ ୧୦ ପ୍ରତିଶତ ସିମେଣ୍ଟରେ ଏହି ଇଟା ତିଆରି ହୁଏ । ଗୋଟିଏ ଇଟା ତିଆରି ହେବା ପାଇଁ ୧ଟଙ୍କାରୁ ୨ଟଙ୍କା ମଧ୍ୟରେ ଖର୍ଚ୍ଚ ହୁଏ ଏବଂ ୪ ଟଙ୍କା ଦାମରେ ବିକ୍ରୀ ହୁଏ । ୫୦ ହଜାର ଇଟା ବିକିଲେ ଅତି କମରେ ଲକ୍ଷେ ଟଙ୍କା ମିଳେ । ଏହା ୫ରୁ ୬ ଘଣ୍ଟାର ପରିଶ୍ରମରେ ତିଆରି ହୋଇଥାଏ । 

01/09/2018

Leave a Reply

Your email address will not be published. Required fields are marked *

Comments