Bikash Khabar
ବୋର୍ଡ଼ ବା ବିଶ୍ୱବିଦ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି, ଅନ୍ ଲାଇନରେ ମିଳିବ ପ୍ରମାଣ ପତ୍ର, ମାର୍କ ସିଟ୍

ଏଣିକି ସାର୍ଟିଫିକେଟ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି । ବୋର୍ଡ଼ ଓ ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ର ଅନଲାଇନ ଯୋଗେ ମିଳିପାରିବ । ଶନିବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏ ଧରଣର ୮ଟି ସେବାକୁ ପୋର୍ଟାଲ ମାଧ୍ୟମରେ ଉଦଘାଟନ କରିଛନ୍ତି ।
ଛାତ୍ରଛାତ୍ରୀମାନେ ପ୍ରଥମେ Lokseba.odisha .in ପୋର୍ଟାଲକୁ ଯାଇ ନିଜର ୟୁଜର ଆଇଡ଼ି ଓ ପାସୱାର୍ଡ଼ ସୃଷ୍ଟି କରିବେ । ଲଗଇନ ହେବା ପରେ ନିର୍ଦ୍ଦିଷ୍ଟ ସାର୍ଟିଫିକେଟ ପାଇଁ ଆବେଦନ କରିବେ । ସାର୍ଟିଫିକେଟକୁ ମଞ୍ଜୁରି ଅଧିକାରୀ ଅନୁମୋଦନ ଦେବା ପରେ ଆବେଦନକାରୀଙ୍କୁ ମୋବାଇଲି ଯୋଗେ ଏସଏମଏସ ପ୍ରଦାନ କରାଯିବ । ଆବେଦନକାରୀ ନିଜ ସାର୍ଟିଫିକେଟ ଡ଼ାଉନଲୋଡ଼ କରିପାରିବେ । ହାଇସ୍କୁଲ ମାର୍କ ସିଟର ନକଲ, ବୋର୍ଡ଼ ସାର୍ଟିଫିକେଟର ନକଲ, ଭେରିଫିକେସନର ନକଲ, ବୋର୍ଡ଼ର ପ୍ରୋଭିଜନାଲ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ବିଶ୍ୱବିଦ୍ୟାଳୟର ପ୍ରୋଭିଜନାଲ ସାର୍ଟିଫିକେଟ ଓ ମାର୍କ ସିଟ୍ ପାଇପାରିବେ । ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ । 
 

16/09/2018

Leave a Reply

Your email address will not be published. Required fields are marked *

Comments