Bikash Khabar
ମସଜିଦ୍ ଭାଙ୍ଗି ପାରିଲାନି ଚୀନ, ମୁସଲମାନଙ୍କ ବିରୋଧ ଆଗରେ ମୁଣ୍ଡ ନୁଅାଁଇଲା ସରକାର

 ଚୀନ ଏକ ନାସ୍ତିକ ଦେଶ । ଏହି ଦୃଷ୍ଟିରୁ ବିଭିନ୍ନ ସମୟରେ ସରକାର ବିଭିନ୍ନ ଧାର୍ମିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି । ଏବେ ଚୀନ ସରକାର ଏଭଳି ଏକ ଉଦ୍ୟମ କରି ପଛକୁ ହଟିଥିବା ସାମ୍ନାକୁ ଆସିଛି ।

ଚୀନ ପ୍ରଶାସନ ନିକ୍ସିଆ ପ୍ରାନ୍ତରେ ଥିବା ବିଝାତ୍ତର ବଡ଼ ମସଜିଦ୍ (ଗ୍ରାଣ୍ଡ ମସଜିଦ୍) କୁ ଭାଙ୍ଗିଦେବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଏହି ମସଜିଦ୍ ଏଚୟୁଆଇ ମୁସଲମାନଙ୍କର । ଏଚୟୁଆଇ ସଂପ୍ରଦାୟ ଇଗର ସଂପ୍ରଦାୟ ପରେ ଚୀନର ଜନସଂଖ୍ୟା ଦୃଷ୍ଟିରୁ ବଡ଼ ସଂପ୍ରଦାୟ । ଶୁକ୍ରବାର ଏହି ମସଜିଦକୁ ଭାଙ୍ଗିଦେବା ପାଇଁ ପ୍ରଶାସନ ନୋଟିସ ଜାରୀ କରିଥିଲେ । ଏହି ନୋଟିସ ଚୀନ ମୁସଲମାନଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହା ପରେ ଶହ ଶହ ସଂଖ୍ୟାରେ ମୁସଲମାନ ମସଜିଦ୍ ଆଗରେ ଏକାଠି ହୋଇ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ । ହିଂସାର ଆଶଙ୍କା କରି ବ୍ୟାପକ ପୋଲିସର ମୂତୟନ କରାଯାଇଥିଲା ।

ମସଜିଦରେ ଏକ ବିଶାଳକାୟ ମିନାର ପାଇଁ ମୁସଲିମ୍ ସଂପ୍ରଦାୟ ଅନୁମତି ନେଇନଥିଲେ । ଚୀନ ପ୍ରଶାସନ ଚାହୁଁଥିଲା ଚୀନର ଅଧିକାଂଶ ଧର୍ମସ୍ଥଳ ଯେପରି ପଗୋଡ଼ା ପରି ହୋଇଛି ମସଜିଦ୍ ସେପରି ହେଉ, କିନ୍ତୁ ମୁସଲମାନମାନେ ବୌଦ୍ଧ ପ୍ରାର୍ଥନା ସ୍ଥଳ ପରି ପଗୋଡ଼ା ଭଳି କରିବାକୁ ଚାହୁଁନାହାନ୍ତି ।

ଚୀନର ସମସ୍ତ ମସଜିଦରେ ଜାତୀୟ ପତକା ଲଗାଯିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତ ୩୫୫ ମସଜିଦରେ ଲାଉଡ଼ ସ୍ପିକର ହଟାଇ ଦିଆଯାଇଛି । ଦାଢୀ ରଖିବା ଉପରେ ମଧ୍ୟ କଟକଣା ଲାଗିଛି । ଆରବୀ ଭାଷାରେ ଲେଖିବା ଉପରେ କଟକଣା କରାଯାଇଛି । ୨କୋଟି ୧୦ ଲକ୍ଷ ମୁସଲିମ୍ ବାସ କରୁଥିବା ଚୀନରେ ମସଜିଦ୍ ଭାଙ୍ଗିନପାରି ପଛକୁ ହଟିଛି ପ୍ରଶାସନ । 

11/08/2018

Leave a Reply

Your email address will not be published. Required fields are marked *

Comments