Bikash Khabar
ଦୁର୍ଗମ ଗାଁରେ ପହଂଚିଲା ମୋବାଇଲି ନେଟୱାର୍କ, ବଦଳୁଛି ଚାଞ୍ଚେଡ଼ିର ଚିତ୍ର

କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଚାଂଚେଡ଼ି ଗାଁ ଦିନେ ଥିଲା ଦୁର୍ଗମ ଓ ଅପହଂଚ । ଏହି ଗାଁରେ ଲୋକେ ମୋବାଇଲିରେ କଥା ହେବାକୁ ଗାଁ ଠାରୁ ଏକ ଉଚ୍ଚ ଯାଗାକୁ ଗଲେ ଯାଇ ନେଟୱାର୍କ ପାଉଥିଲେ । ଭୁବନେଶ୍ୱରଠାରୁ ୨୮୦ କିମି ଦୂରରେ ଥିବା ଚାଂଚେଡ଼ି ଗାଁରେ ଜନସଂଖ୍ୟା ୫୦୦ରୁ କମ୍ । ୧୨୦ ପରିବାର ବିଶିଷ୍ଟ ଏହି ଗାଁରେ କେ ନୂଆଗାଁ ତହସିଲ ଠାରୁ ୨୦ କିମି ଦୂରରେ ଅବସ୍ଥିତ ।

ଡ଼ିଜିଟାଲ ଇଣ୍ଡିଆର ପ୍ରଭାବ ଏବେ ଚାଂଚେଡ଼ିର ଚିତ୍ର ବଦଳାଇଛି । ଗାଁକୁ ଆସିଛି ଡ଼ିଜିଟାଲ କ୍ରାନ୍ତି । ଲୋକେ ଗାଁରେ ଏବେ ଜିଓ ନେଟୱାର୍କ ଉପଲବ୍ଧ ହେବା ଫଳରେ ଓ ୫୦୧ ଟଙ୍କାରେ ୪ଜି ମୋବାଇଲି ଫୋନ ଲୋକଙ୍କୁ ଯୋଗାଇ ଦେବା ଫଳରେ ଲୋକେ ନିଜ ସଂପର୍କିୟ ବନ୍ଧୁବାନ୍ଧବଙ୍କ ସହ ଭାବ ବିନିମୟ କରିପାରୁଛନ୍ତି । ଲୋକେ ମୋବାଇଲି ଫୋନରୁ ଗୀତ ଶୁଣିବା, ଟିଭି ଦେଖିବା, ଭିଡ଼ିଓ କଲ୍ କରିବା ଭଳି ଡ଼ିଜିଟାଲ ଜୀବନର ଆନନ୍ଦ ନେଇପାରୁଛନ୍ତି । ବିନା ଡ଼ିଟିଏଚରେ ମୋବାଇଲିରୁ ଓଡ଼ିଶା ଚାନେଲ, ଧାରାବାହିକ ଓ ସିନେମା ଆଦି ଦେଖି ନିଜର ମନୋରଞ୍ଜନ କରିପାରୁଛନ୍ତି ।
ଡ଼ିଜିଟାଲ ପ୍ଲାଟଫର୍ମ ଜରିଆରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ିଜିଟାଲ ଇଣ୍ଡିଆ ମିଶନର ଲାଭ ପାଇଛି କନ୍ଧମାଳର ଏହି ଦୁର୍ଗମ ଗାଁ ଚାଂଚେଡ଼ି । ଆଜି ଗ୍ରାମବାସୀ ମୋବାଇଲିରେ କଥା ହେବା ପାଇଁ ଆଉ ପାହାଡ଼ କିମ୍ବା ଗଛ ଚଢୁ ନାହାନ୍ତି ଗାଁର ସବୁ ସ୍ଥାନରେ ଭଲ ନେଟୱାର୍କ ରହୁଥିବା ଜଣାପଡ଼ିଛି । 
 

16/11/2018

Leave a Reply

Your email address will not be published. Required fields are marked *

Comments