Bikash Khabar
ସ୍ୱତନ୍ତ୍ର ଡ଼ାକ ଲଫାପାରେ ମୁଦ୍ରିତ ହେଲା ଚାନ୍ଦବାଲିର ମା’ ଦକ୍ଷିଣେଶ୍ୱରୀ ମନ୍ଦିର

ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଆରାଧ୍ୟ ଦେବୀ ମାଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାମରେ ଏକ ସ୍ୱତନ୍ତ୍ର ଡ଼ାକ ଲଫାପା ଚାନ୍ଦବାଲି ଉପଡ଼ାକଘର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି ଭଦ୍ରକ ଡ଼ାକ ମଣ୍ଡଳ ଚାନ୍ଦବାଲି ମାଦକ୍ଷିଣେଶ୍ୱରୀ କାଳୀ କମିଟି ପକ୍ଷରୁ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ମାକାଳୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଡ଼ାକ ମଣ୍ଡଳ ଅଧିକାରୀ ସର୍ବେଶ୍ୱର ମିଶ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ମାକାଳୀ କମିଟିର ସମ୍ପାଦକ ଖଗେଶ୍ୱର ବଳ ସାଧନା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶ୍ରୀକାନ୍ତ ମହାଳିକ ଯୋଗଦାନ କରିଥିଲେ ଆଇ.ପି.ପି.ବି. ଭଦ୍ରକ ବ୍ରାଞ୍ଚର ସିନିଅର ମ୍ୟାନେଜର ପ୍ରିୟ ରଂଜନ ରାଉତ ଯୋଗଦାନ କରିଥିବା ବେଳେ ଚାନ୍ଦବାଲି ଉପଡ଼ାକ ଘର ପୋଷ୍ଠମାଷ୍ଟର ପ୍ରଦୋଷ କୁମାର ସାହୁ, ସାମନ୍ତରାୟପୁର ଶାଖା ଉପଡ଼ାକଘରର ପୋଷ୍ଟମାଷ୍ଟର ଦେବାଶିଷ ଦାସ,ମଞ୍ଚାସୀନ ହୋଇ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କରିଥିଲେ ୧ହଜାର ଲଫାପା ଛପା ହୋଇଥିବା ବେଳେ ଏଥିରେ ମାଙ୍କ ମୁଖଶାଳା ସହିତ ଅବିକଳ ମାଙ୍କ ପ୍ରତିମା ଛବି ଚାନ୍ଦବାଲିର ଐତିହ୍ୟ କିମ୍ବଦନ୍ତୀ ତୋପ , ବୈତରଣୀ ନଦୀର ପ୍ରାକୃତିକ ସୈାନ୍ଦର୍ଯ୍ୟ ଫଟୋ ମଧ୍ୟ ସ୍ଥାନିତ ହୋଇଥିବା ବେଳେ ଅଗ୍ରଣୀ ସାହିତ୍ୟ ସଂସ୍କୃତି ପରିଷଦ ସାଧନା ମଧ୍ୟ ସ୍ଥାନ ପାଇଛି କ୍ୟାନ୍ସଲେସନ ଷ୍ଟାମ୍ଫ ମଧ୍ୟ ମୁଦ୍ରିତ ହୋଇଛି

22/09/2020

Leave a Reply

Your email address will not be published. Required fields are marked *

Comments