Bikash Khabar
୩୧ ପରେ ଚଳିବନି ଚିପ ନଥିବା ଏଟିଏମ କାର୍ଡ଼

ଡ଼ିସେମ୍ବର ୩୧ ପରେ ପୁରୁଣା ଡ଼େବିଟ ଓ କ୍ରେଡ଼ିଟ୍ କାର୍ଡ଼ ଚଳିବ ନାହିଁ । ସେଗୁଡ଼ିକୁ ବଦଳାଇ ନୂଆ କାର୍ଡ଼ ନେବାକୁ ହେବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ଗ୍ରାହାକମାନଙ୍କ ନିକଟକୁ ଡ଼ାକରେ ପଠାଇ ଦେଇଥିବାବେଳେ ଆନ୍ଧ୍ର ବ୍ୟାଙ୍କ ତାର ଗ୍ରାହକମାନଙ୍କୁ ଖାତା ଖୋଲିଥିବା ଶାଖାକୁ ଆସି ବିନା ମୂଲ୍ୟରେ ସଂଗ୍ରହ କରିବାକୁ ବାର୍ତ୍ତା ଦେଉଛି ।

ପୂର୍ବରୁ ଗ୍ରାହକମାନଙ୍କୁ ବ୍ୟାଙ୍କ ଗୁଡ଼ିକ ମ୍ୟାଗ୍ନେଟିକ ଷ୍ଟ୍ରାଇପ୍ ଥିବା କାର୍ଡ଼ ଜାରି କରୁଥିଲେ । ଏଗୁଡ଼ିକୁ ନକଲ କରି ବ୍ୟାଙ୍କ ଠକେଇ ସହଜ ହେଉଥିଲା । ଏହା ଜାଣିବା ପରେ ବ୍ୟାଙ୍କ ଗୁଡ଼ିକ ଇଏମଭି ଚିପ୍ ବିଶିଷ୍ଟ କାର୍ଡ଼ ଗ୍ରାହକଙ୍କୁ ଜାରି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାହକ ସେମାନଙ୍କର ମାଗ୍ନେଟିକ ଷ୍ଟ୍ରାଇପ କାର୍ଡ଼ ବ୍ୟବହାର କରୁଛନ୍ତି । ସେହି କାର୍ଡ଼ ଗୁଡ଼ିକୁ ବଦଳାଇ ଇଏମଭି ଚିପ୍ କାର୍ଡ଼ ନେବାକୁ ଗ୍ରାହକମାନଙ୍କୁ କୁହାଯାଇଛି । 
 

09/11/2018

Leave a Reply

Your email address will not be published. Required fields are marked *

Comments