Bikash Khabar
ଏୟାର ଇଣ୍ଡିଆ ପକ୍ଷରୁ ବିଳମ୍ବିତ ରାତ୍ରିରେ ମିଳିବ ଶସ୍ତାରେ ବିମାନ ସେବା

ସରକାରୀ ବିମାନସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ ନଭେମ୍ବର ୩୦ ତାରିଖରୁ ଦେଶର କେତେକ ବିମାନ ପଥରେ ବିଳମ୍ବିତ ରାତିରେ କମ୍ ମୂଲ୍ୟରେ ଯାତ୍ରୀଙ୍କୁ ଉଡ଼ାଣ ସୁବିଧା ଯୋଗାଇ ଦେବ । ଏୟାର ଇଣ୍ଡିଆର ସ୍ୱାଭାବିକ ଭଡ଼ା ଠାରୁ ଏହା ଶସ୍ତା ରହିବ । ଦିଲ୍ଲୀ-ଗୋଆ, ଦିଲ୍ଲୀ-କୋଏମ୍ବାଟୁର, ବେଙ୍ଗାଲୁର-ଅହମ୍ମଦାବାଦ ଭଳି ରୁଟରେ ଏହି ସେବା ଆରମ୍ଭ କରାଯିବାର ଯୋଜନା ରହିଛି ।
ବିଳମ୍ବିତ ରାତିରେ ଛାଡ଼ିବା ସହିତ ବଢି ଭୋରରୁ ଏହି ବିମାନ ଗୁଡ଼ିକ ଗନ୍ତବ୍ୟ ସ୍ଥଳରେ ପହଂଚିଥାଏ । ତେଣୁ ଏପ୍ରକାର ବିମାନ ସେବାର ଲୋକପ୍ରିୟତା ଆମେରିକା ଓ ଇଉରୋପରେ ଅଧିକ ରହିଛି । ଭାରତରେ ଏ ପ୍ରକାର ବିମାନ ଉଡ଼ାଣ ଆରମ୍ଭ ହେଲେ ଯାତ୍ରୀମାନେ ଟ୍ରାଫିକ ଜନିତ ସମସ୍ୟାରୁ ମୁକ୍ତି ପାଇବେ । ଏତଦ୍ ବ୍ୟତୀତ ସେମାନଙ୍କୁ ରାତି ରହଣୀ ନିମିତ୍ତ ହୋଟେଲର ଅତିରିକ୍ତ ଖର୍ଚ୍ଚରୁ ମୁକ୍ତି ମିଳିବ । ଦିନ ସାରା କାମ କରି ରାତିରେ ଫେରି ସକାଳୁ ପୁଣି କାମ କରିପାରିବେ । 
 

28/10/2018

Leave a Reply

Your email address will not be published. Required fields are marked *

Comments