Bikash Khabar
ଭାରତର ସରକାରୀ ପ୍ରକଳ୍ପରେ ସାମିଲ ହୋଇପାରିବେନି ଚୀନ୍‌, ପାକିସ୍ତାନୀ କଂପାନୀ

ଚୀନ ସହିତ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ସରକାର ଆଜି ବିଳମ୍ବିତ ରାତିରେ ଏକ ନୂଆ ଆଦେଶ ଜାରି କରିଛନ୍ତି। ଏଥିରେ ଚୀନ ଏବଂ ପାକିସ୍ତାନ ଉପରେ ନୂ୍ଆ କଟକଣା ଲଗାଯାଇଥିବାର କୁହାଯାଇଛି। ଏହି ଦୁଇ ଦେଶର କୌଣସି ସଂସ୍ଥା ଭାରତରେ କୌଣସି ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେ ନାହିଁ। ଭାରତର କୌଣସି ସରକାରୀ ବା ରାଷ୍ଟ୍ରାୟତ୍ତ ସଂସ୍ଥାକୁ ସେମାନେ ସାମଗ୍ରୀ କିମ୍ବା ସେବା ଯୋଗାଇ ପାରିବେ ନାହିଁ। ତେବେ ନେପାଳ ଭୁଟ୍ଟାନ ପାଇଁ ରିହାତି ଦିଆଯାଇଥିବାର ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଏଥିଲାଗି ଜେନେରାଲ ଫାଇନାନ୍ସ ରୁଲ୍ସ-୨୦୧୭ରେ ଆବଶ୍ୟକ ସଂଶୋଧନ କରାଯାଇଛି। ଜଣେ ସରକାରୀ ଅଧିକାରୀ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତର କୌଣସି ସରକାରୀ ବା ସରକାରଙ୍କ ଅଧୀନର କୌଣସି ପ୍ରକଳ୍ପକାମରେ ଚୀନ କଂପାନୀ ସାମିଲ ହୋଇପାରିବେ ନାହିଁ। ଯେଉଁ କଂପାନୀ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଉଛନ୍ତି ସେମାନେ ମଧ୍ୟ ଚୀନ ପାକିସ୍ତାନୀ କଂପାନୀ ସହିତ କାରବାର କରିପାରିବେ ନାହିଁ। ଏହି ନୂଆ କଟକଣା ପାଳନ କରିବା ଲାଗି ସମସ୍ତ ରାଜ୍ୟ ସରକାରମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ତେବେ ଘରୋଇ କଂପାନୀ ପ୍ରତି କଟକଣା ଲାଗୁ ହେବନାହିଁ।

24/07/2020

Leave a Reply

Your email address will not be published. Required fields are marked *

Comments