Bikash Khabar
୧୦ଟି ମୁରାହ ମଇଁଷିରୁ ବ୍ୟବସାୟ ଆରମ୍ଭ କରି ସିଭିଲ ଇଞ୍ଜିନିୟର ଏପରି ହେଲେ କୋଟିପତି

 ଜଣେ ସିଭିଲ ଇଞ୍ଜିନିୟର ୭ବର୍ଷରେ ପାଲଟିଗଲେ କୋଟିପତି । ୭ଟି ମଇଁଷିରୁ ବ୍ୟବସାୟ ଆରମ୍ଭ କରି ବଲଜିତ ସିଂହ ରେଜୁ ଆଜି ବାର୍ଷିକ ୧୫୦କୋଟି କାରବାର କରୁଥିବା କମ୍ପାନୀର ମାଲିକ ହୋଇପାରିଛନ୍ତି ।

ହରିୟାଣାର ଜିନ୍ଦ୍ ଜିଲ୍ଲାରେ ଜନ୍ମିତ ୫୧ ବର୍ଷ ବୟସ୍କ ବଲଜିତ ଥିଲେ ଜଣେ ସିଭିଲ ଇଞ୍ଜିନିୟର । କ୍ଷେତ୍ରାଂଚଳରେ ବୁଲି ବୁଲି କାମ କରୁଥିବାବେଳେ ସେ ରାଜ୍ୟ ସାରା କଳା ସୁନା କୁହାଯାଉଥିବା ‘ମୁରାହ ମଇଁଷି’ ବ୍ୟବସାୟର ଲାଭ କଥା ଶୁଣି ଉତ୍ସାହିତ ହୋଇପଡ଼ିଥିଲେ । ଆରମ୍ଭରେ ସେ ୧୦ଟି ଏଭଳି ମଇଁଷି ପାଳନରୁ ନିଜ ବ୍ୟବସାୟ ଆରମ୍ଭ କଲେ । ହରିୟାଣାର ଏକ ଦେଶୀ ପ୍ରଜାତି ହେଉଛି ମୁରାହ । ଯାହାର ଦୁଗ୍ଧର ରହିଛି ବ୍ୟାପକ ଚାହିଦା । ଏଥିପାଇଁ ଗୋଟିଏ ଗୋଟିଏ ମଇଁଷିର ଦାମ ଲକ୍ଷାଧିକ ଟଙ୍କା ହୋଇଥାଏ । ବଲଜିତ ୧୪ ହଜାର ଦୁଗ୍ଧ ଉତ୍ପାଦକଙ୍କୁ ସାମିଲ କରାଇ ଏକ ଦୁଗ୍ଧ ପ୍ଲାଣ୍ଟ ପ୍ରତିଷ୍ଠା କରିଛନ୍ତି । ଚାଷୀମାନଙ୍କୁ କ୍ଷୀର ପରୀକ୍ଷଣ ଉପକରଣ ସହିତ ଚାରା ମଧ୍ୟ ସୁଲଭ ଦରରେ ଉପଲବ୍ଧ କରାଉଛନ୍ତି ।

ପୁରା ହରିୟାଣାରେ ବଲଜିତଙ୍କ ରହିଛି ୧୨୦ ମିଲ୍କ ବୁଥ । ୩୦୦ରୁ ଅଧିକ ସଂଗ୍ରହ କେନ୍ଦ୍ରରୁ କ୍ଷୀର ସଂଗ୍ରହ ହୋଇ ଆସିବା ସହିତ କ୍ଷୀର, ଦହି, ପନିର, ଆଇସକ୍ରିମ୍, ଘିଅ, ବଟର ଆଦି ଲକ୍ଷ୍ୟ ଫୁଡ଼୍ ବ୍ରାଣ୍ଡରେ ବଜାରକୁ ଯାଇଥାଏ । ବର୍ତ୍ତମାନ ଲକ୍ଷ୍ୟ ଫୁଡ଼ ଦୈନିକ ଦେଢ ଲକ୍ଷ ଲିଟର କ୍ଷୀର ଉତ୍ପାଦନ କରୁଛି । 

05/07/2018

Leave a Reply

Your email address will not be published. Required fields are marked *

Comments