Bikash Khabar
ଜିଲ୍ଲାପାଳ ପଢାଇଲେ ଗଣିତ ପାଠ

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାସରଥୀ ଶତପଥୀ ନିଜର ବ୍ୟସ୍ତ ବହୁତ କର୍ମସୂଚୀରୁ ସମୟ ବାହାର କରି ସରକାରୀ ସ୍କୁଲର ପିଲାମାନଙ୍କୁ ଗଣିତ ପାଠ ସଂପର୍କରେ କେତେକ ପରାମର୍ଶ ଦେଇଛନ୍ତି ।
ସଦରଥାନା ଅନ୍ତର୍ଗତ କଳପଡ଼ା ହାଇସ୍କୁଲରେ ଜିଲ୍ଲାପାଳଙ୍କୁ ଅଚାନକ ଦେଖି ଶିକ୍ଷକମାନେ ତାଜୁବ ହୋଇଯାଇଥିଲେ । ହେଲେ ଜିଲ୍ଲାପାଳ ପିଲାଙ୍କୁ ପରାମର୍ଶ ଦେବାକୁ ଆସିଥିବା ଜାଣି ତାଙ୍କୁ ଶ୍ରେଣୀ କକ୍ଷକୁ ପାଛୋଟି ନିଆଯାଇଥିଲା । ଦଶମ ଶ୍ରେଣୀ ପିଲାଙ୍କୁ ଅତି ସହଜ ପ୍ରଣାଳୀରେ ଜିଲ୍ଲାପାଳ ଗଣିତ ଶିକ୍ଷା ଦେଇଥିଲେ । ପିଲାଙ୍କ ଆଗ୍ରହ ଦେଖି ଜିଲ୍ଲାପାଳ ୯୦ ମିନିଟ ଧରି ଶିକ୍ଷାଦାନ ଜାରି ରଖିଥିଲେ । କେତେକ ପିଲା ଗଣିତରେ ଦୁର୍ବଳ ଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ଓ ଶିକ୍ଷାଦାନ ମୋ ସ୍କୁଲ ଅଭିଯାନର ଅଂଶ ସ୍ୱରୂପ ଥିଲା । ଏହି ଯୋଜନାରେ ସ୍ୱତଃ ପ୍ରବୃତ୍ତ ଭାବେ ଶିକ୍ଷାଦାନ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଯୋଗ୍ୟତା ସଂପନ୍ନ ସ୍ୱେଚ୍ଛାସେବୀମାନେ ସମୟ ବାହାର କରି ଆଖ ପାଖ ସ୍କୁଲରେ ଶିକ୍ଷାଦାନ କଲେ ଶିକ୍ଷାରମାନରେ ଉନ୍ନତି ଅଣାଯାଇପାରିବ ବୋଲି ଆଶାପୋଷଣ କରାଯାଇଛି । 
 

15/09/2018

Leave a Reply

Your email address will not be published. Required fields are marked *

Comments