Bikash Khabar
ପ୍ରବାସୀ ଶ୍ରମିକଙ୍କ ପାଇଁ ଚିନ୍ତା,ଦୁଇମାସ ପାଇଁ ମାଗଣା ଖାଦ୍ୟଶସ୍ୟ, ଶସ୍ତାରେ ଭଡ଼ାଘର

ଲକ୍ ଡାଉନ୍ ଯୋଗୁଁ ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କୁ ଆସନ୍ତା ମାସ ଲାଗି ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ସେମାନଙ୍କ ରହିବା ଲାଗି ଶସ୍ତାରେ ଭଡ଼ା ଘରର ବ୍ୟବସ୍ଥା କରାଯିବ। ଗୋଟିଏ ଦେଶ ଗୋଟିଏ ରାସନ କାର୍ଡବ୍ୟବସ୍ଥା ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଶତ ପ୍ରତିଶତ କାର୍ଯ୍ୟକାରୀ ହେବ। ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜରେ ଏହିସବୁ ବ୍ୟବସ୍ଥା କରାଯାଇଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ସୂଚନା ଦେଇଛନ୍ତି। ପ୍ୟାକେଜର ପ୍ରଥମ ପର୍ଯ୍ୟାୟରେ ଗତକାଲି ଏମଏସଏମଇକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଦାଦନ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଆଦିବାସୀଙ୍କ ଉପରେ ଫୋକସ୍ କରାଯାଇଛି।ଏହି ଅବସରରେ ଏହିସବୁ ବର୍ଗ ଲାଗି ଅର୍ଥ ମନ୍ତ୍ରୀ ୯ଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।ଦାଦନ ଶ୍ରମିକଙ୍କୁ ମିଳୁଥିବା ମାଗଣା ଖାଦ୍ୟଶସ୍ୟ ଆଉ ଦୁଇ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ମାସକୁ କିଲୋ ଚାଉଳ, କିଲୋ ଗହମ/ କିଲୋ ବୁଟ ଡାଲି ମିଳିବ। ଏହାଦ୍ବାରା କୋଟି ଲୋକ ଉପକୃତ ହେବେ। ଏଥିପାଇଁ ସରକାର ୩୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସରକାର ଏକ ନୂଆ ସ୍କିମ୍ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସ୍କିମରେ ଦାଦନ ଶ୍ରମିକମାନଙ୍କୁ ଶସ୍ତାରେ ଭଡ଼ାଘର ଯୋଗାଇ ଦବେ। ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ନଗରାଞ୍ଚଳ ଗରିବ, ଶ୍ରମିକ ଏବଂ ଦାଦନଙ୍କ ଲାଗି ଶାସ୍ତାରେ ଘର ଯୋଗାଇ ଦିଆଯିବ। ସରକାର ଏବଂ ଘରୋଇ ସଂସ୍ଥା ମିଶି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଏବେ ଦେଶର ୮୩ ଭାଗ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି। ଆସନ୍ତା ବର୍ଷ ମାର୍ଚ ସୁଦ୍ଧାସମଗ୍ର ଦେଶରେ ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଯିବ। ଜଣେ ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ରାସନ କାର୍ଡ ଲାଭରୁ ବଞ୍ଚିତ ହେବ ନାହିଁ।ଏହା ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ପରିବାର ପାଇଁ ସହାୟକ ହେବ

15/05/2020

Leave a Reply

Your email address will not be published. Required fields are marked *

Comments