Bikash Khabar
କରୋନା କ୍ଷତର ଭରଣା ,କୃଷି ପାଇଁ ୧.୬୩ ଲକ୍ଷ କୋଟି

କରୋନା କ୍ଷତର ଭରଣା ପାଇଁ କେନ୍ଦ୍ର ସରକାର ଆପ୍ରାଣ ପ୍ରୟାସ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଅଭିଯାନ ତୃତୀୟ ପର୍ଯ୍ୟାୟରେ କୃଷି କ୍ଷେତ୍ର ଉପରେ ଜୋର୍ଦିଆଯାଇଛି। କରୋନା ସଙ୍କଟ ଦ୍ବାରା ପ୍ରଭାବିତ ହୋଇଥିବା ଚାଷୀକୁଳ ଏବଂ କୃଷି କ୍ଷେତ୍ରର ସମସ୍ୟା ଦୂର କରିବା ଲାଗି ପ୍ରୟାସ କରାଯାଇଛି। କୃଷି ଆନୁଷଙ୍ଗିକ କ୍ଷେତ୍ର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ .୬୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ସହ ବ୍ୟାପକ ସଂସ୍କାର ନେଇ ସୂଚନା ଦେଇଛନ୍ତି। କୃଷି କ୍ଷେତ୍ର ପାଇଁ ସେ ମୋଟ୍୧୧ ପ୍ରକାରର ପଦକ୍ଷେପ ନେଇ ଘୋଷଣା କରିଛନ୍ତି। ଏଥି ସହିତ ପଶୁପାଳନ, ମତ୍ସ୍ୟଚାଷ, ମହୁମାଛି ପାଳନ, ଗୁଳ୍ମଜାତୀୟ ଏବଂ ଔଷଧୀୟ ବୃକ୍ଷ ଚାଷ ଲାଗି ସ୍ବତନ୍ତ୍ର ସ୍କିମ୍ ଘୋଷଣା କରିଛନ୍ତି। ଏହି ସବୁ ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଚାଷୀମାନଙ୍କ ଆୟ ବଢ଼ାଇବା।ସୂଚନା ଅନୁସାରେ କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରାଯିବ। କୃଷିଜାତ ସାମଗ୍ରୀ କାରବାରରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ରେ ସଂଶୋଧନ କରାଯିବ ବୋଲି ସରକାର ଘୋଷଣା କରିଥିବା ବେଳେ କୃଷିଜାତ ସାମଗ୍ରୀର ବିପଣନକୁ ସହଜ ସୁବିଧାଜନକ କରିବା ଲାଗି ନୂଆ କେନ୍ଦ୍ରୀୟ ଆଇନ ଅଣାଯିବ ବୋଲି ପ୍ରସ୍ତାବ ଦେଇଛନ୍ତି। ଲଘୁ ଖାଦ୍ୟ ଉଦ୍ୟୋଗ ଲାଗି ୧୦ ହଜାର କୋଟି ଟଙ୍କାର ସ୍କିମ୍, ମତ୍ସ୍ୟଚାଷୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କା, ପଶୁପାଳନ ଭିତ୍ତିଭୂମି ବିକାଶ ଲାଗି ୧୫ ହଜାର କୋଟି ଟଙ୍କା, ହର୍ବାଲ୍ ଚାଷ ପାଇଁ ୪୦୦୦ କୋଟି ଟଙ୍କା, ଟପ୍ରୁ ଟୋଟାଲ୍ସ୍କିମ୍ ପାଇଁ ୫୦୦ କୋଟି ଟଙ୍କା ମହୁମାଛି ପାଳନ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି। ପଶୁ ରୋଗ ନିୟନ୍ତ୍ରଣ ପାଇଁ ୧୩, ୩୪୩ କୋଟି ଟଙ୍କାର ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କୃଷି ବିପଣନରେ ସଂସ୍କାର ଆଣିବା କୃଷିଜାତ ସାମଗ୍ରୀର ମୂଲ୍ୟ ଗୁଣବତ୍ତା ପାଇଁ ଆଶ୍ବାସନା ଦେବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଘୋଷଣା କରିଛନ୍ତି। କୃଷି ଆନୁଷଙ୍ଗିକ କ୍ଷେତ୍ର ଲାଗି ଘୋଷଣା କରାଯାଇଥିବା ୧୧ଟି ପଦକ୍ଷେପ ମଧ୍ୟରୁ ୮ଟି ପଦକ୍ଷେପ ଜରିଆରେ କେବଳ କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି।

16/05/2020

Leave a Reply

Your email address will not be published. Required fields are marked *

Comments