Bikash Khabar
ବାହାଘର ରେ ଅନୁସୃତ ହେଉଛି କରୋନା ନିୟମ,ବଦଳିଛି ରୀତି ନୀତି

ମହାମାରୀ କୋଭିଡ୍‌-୧୯ ପାଇଁ ଆମ ସାମାଜିକ ବିଧିବିଧାନ, ପର୍ବପର୍ବାଣୀରେ ବହୁ ପରିବର୍ତ୍ତନ ଆସିଛି। କରୋନା କଟକଣା ପାଇଁ କିଛି ପରମ୍ପରା ବିଧି ବନ୍ଦ ହୋଇଯାଇଥିବାରୁ ବହୁ ରଙ୍ଗିନ୍ଉତ୍ସବ ଫିକା ପଡ଼ି ଯାଇଛି। ସେମିତି ବାଦ୍ପଡ଼ିନି ଆମ ବିବାହ ଉତ୍ସବ। ବାଜା, ବାଣ ରୋଶଣୀ ନାହିଁ କି ଭୋଜିଭାତର ଆସର ନାହିଁ। ବରଂ ଏହି ରଙ୍ଗିନ୍ଉତ୍ସବରେ କରୋନା କଟକଣା ଧସେଇ ପଶି ଥିବାରୁ ଏହା ଫିକା ଫିକା ଲାଗୁଛି। ବରକନ୍ୟାଙ୍କଠାରୁ ଆରମ୍ଭ କରି ବ୍ରାହ୍ମଣ ବାରିକ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ସେଥିରେ ପୁଣି ସାମାଜିକ ଦୂରତା ରକ୍ଷା କରିବାର ବାଧ୍ୟବାଧକତା ଯୋଡ଼ି ହୋଇ ଯାଇଛି। ଏଭଳି ଏକ ଆନନ୍ଦମୟ ଉତ୍ସବରେ କେହି କାହା ସହିତ କରମର୍ଦ୍ଦନ କରିପାରିବେ ନାହିଁ କି କୋଳାକୋଳି ହୋଇପାରିବେ ନାହିଁ। ତେଣୁ କରୋନା କଟକଣାରେ ହେଉଥିବା ଏହି ବିବାହକୁ ଲୋକେ କରୋନା ବିଧି ବିବାହ ବୋଲି ଆଖ୍ୟା ଦେଇଛନ୍ତି।ମୟୁରଭଞ୍ଜ ରୁ ମାଲକାନଗିରି ସୋନପୁର ରୁ ପୁରୀ ଯାଏଁ ସୁନ୍ଦରଗଡ଼,ଝାରସୁଗୁଡା ରାଜଧାନୀ ଭୁବନେଶ୍ୱର କଟକ ସମଗ୍ର ଓଡିଶା ରେ ଏବେ ଯେଉଁ ବିବାହ ଉତ୍ସବ ଦେଖିବାକୁ ମିଳୁଛି ସେଥିରେ ଲୋକେ ଅନେକ ପାରମ୍ପରିକ ବିଧି ଯଥା ହସ୍ଥଗ୍ରନ୍ଥି ,କଉଡ଼ିଖେଳ, ଦୁଇ ଶମ୍ବୁନ୍ଧି ଙ୍କ ମିଳନ,ବନ୍ଦାପନା ରେ ସୀମିତ ବନ୍ଧୁ ବାନ୍ଧବ ଙ୍କୁ ସୁଯୋଗ ଦେବା  ଆଦି ରେ ପରିବର୍ତ୍ତନ କରୁଛନ୍ତି

13/06/2020

Leave a Reply

Your email address will not be published. Required fields are marked *

Comments