Bikash Khabar
ହାଇକୋର୍ଟଙ୍କ ଉଦବେଗ, ସ୍କୁଲ ନାହିଁ କିନ୍ତୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ

ସ୍କୁଲ ନାହିଁ କିନ୍ତୁ ପିଲା ଅଛନ୍ତି ଓ ଶିକ୍ଷକ ଅଛନ୍ତି । ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଏବଂ ଶିକ୍ଷକମାନେ ମାସକୁ ମାସ ଦରମା ନେଉଛନ୍ତି । ଏ ବାବଦରେ ବର୍ଷକୁ ରାଜ୍ୟରେ ୨ହଜାର କୋଟି ଟଙ୍କା ଲୁଟ ହେଉଛି । ଆଧାର ଲିଙ୍କରୁ ରାଜ୍ୟର ୫ ଲକ୍ଷରୁ ଅଧିକ ନକଲି ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି । ନକଲି ଶିକ୍ଷକ, ଆବଶ୍ୟକୀୟ ଯୋଗ୍ୟତା ନଥିବା ଶିକ୍ଷକ ଓ ଭୂତ ଛାତ୍ରଛାତ୍ରୀଙ୍କୁ ତଡ଼ିବାରେ ସରକାରଙ୍କ ଆନ୍ତରିକତା ନଥିବା ଦର୍ଶାଇ ଭୁବନେଶ୍ୱରରେ ଜଣେ ଯୁବକ ଉଚ୍ଚ ନ୍ୟାୟାଳୟକୁ ଏକ ଇ-ମେଲ ପିଟିସନ ଦେବା ପରେ ହାଇକୋର୍ଟ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବା ସହ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ମୁଖ୍ୟ ବିଚାରପତି କେଏସ ଝାବେରୀ ଓ ବିଚାରପତି କେ.ଆର ମହାପାତ୍ରଙ୍କୁ  ନେଇ ଗଠିତ ଖଣ୍ଡପୀଠ ରାଜ୍ୟବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଏହି ମାମଲାର ଶୁଣାଣୀ ଜାନୁଆରୀ ୨୧ରେ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି ।

ଏଥିସହ ପ୍ରାଥମିକ ସ୍କୁଲ ଗୁଡ଼ିକରେ ଶିକ୍ଷକମାନଙ୍କ ନକଲି ସିଟି ଓ ବିଏଡ଼୍ ଯୋଗତ୍ୟକୁ ନେଇ ଅନୁରୂପ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । 
 

11/12/2018

Leave a Reply

Your email address will not be published. Required fields are marked *

Comments