Bikash Khabar
ନୟାଗଡ଼ ଜିଲ୍ଲାର ପଦ୍ମାବତୀ ଗ୍ରାମରେ ଜମୁଛି ଭିଡ଼,ସ୍ଥାନୀୟ ମହାନଦୀ ଜଳରେ ଦୃଶ୍ୟମାନ ହେଉଛି ୫୦୦ ବର୍ଷର ମନ୍ଦିର

 ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ପଦ୍ମାବତୀ ନିକଟସ୍ଥ ଦେଇ ବହିଯାଇଥିବା ମହାନଦୀରେ ପ୍ରାୟ ୫୦୦ ବର୍ଷ ତଳର ଏକ ଗୋପୀନାଥ ମନ୍ଦିର (ରାଧାକୃଷ୍ଣ/ବିଷ୍ଣୁ)କୁ ନେଇ ଏବେ ସବୁଠି ଚର୍ଚ୍ଚା। କିଛି ବର୍ଷ ତଳେ ଏହି ମନ୍ଦିରର ଅଗ୍ରଭାଗ ନଦୀ ପାଣି କମ୍ଥିବାରୁ ଦେଖାଯାଇଥିଲା, ଚଳିତବର୍ଷ ପୁଣି ଏହା ଦୃଶ୍ୟମାନ ହେବା ସହ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲଚରାଲ୍ହେରିଟେଜ୍’(ଇନଟାକ୍) ଡକ୍ୟୁମେଣ୍ଟେସେନ୍ଅଫ୍ ହେରିଟେଜ୍ ଅଫ୍ ମହାନଦୀ ଭ୍ୟାଲିପ୍ରକଳ୍ପ ଅଧୀନରେ ଆସିଥିବାରୁ ଏହା ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିଛି। ଦୁଇ-ତିନି ଦିନ ହେବ ଏହି ସ୍ଥାନକୁ ଯିବାକୁ ଲୋକଙ୍କର ପ୍ରବଳ ଗହଳି ଜମୁଛି। ପଦ୍ମାବତୀ ଗ୍ରାମବାସୀ ତଥା ଐତିହାସିକଙ୍କ ମତରେ ପୂର୍ବରୁ ପଦ୍ମାବତୀ ଗ୍ରାମଟି ଏହି ସ୍ଥାନରେ ଥିଲା। ଏହା ପଦ୍ମାବତୀ ଗ୍ରାମର ମନ୍ଦିର। ସମୟ କ୍ରମ ମହାନଦୀ ତା ଗତିପଥ ବଦଳାଇବା ସହିତ ବନ୍ୟା ଆଦି କାରଣ ପାଇଁ ୧୯୩୩ ମସିହା ବେଳକୁ ପଦ୍ମାବତୀ ଗ୍ରାମଟି ସଂପୂର୍ଣ୍ଣ ଭାବେ ମହାନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା। ନଦୀ ଗତପଥ ବଦଳାଇ ପଦ୍ମାବତୀକୁ ଗ୍ରାସ କରିବାକୁ ପ୍ରାୟ ୩୦ରୁ ୪୦ ବର୍ଷ ଲାଗି ଯାଇଥିଲା। ଧୀରେ ଧୀରେ ପଦ୍ମାବତୀ ଗ୍ରାମ ଗଭୀର ଜଳରାଶିରେ ସମାଧି ନେଇଥିଲା। ଫଳରେ ପଦ୍ମାବତୀ ଗ୍ରାମବାସୀ ସେଠାରୁ ସ୍ଥାନାନ୍ତରିତ ହୋଇଆସି ରଗଡ଼ିପଡ଼ା, ଟିକିରିପଡ଼ା, ବିଜିପୁର, ହେମନ୍ତପାଟଣ, ପଦ୍ମାବତୀ (ନୂଆ କରି ଗଢ଼ିଉଠିଲା) ଆଦି ଗ୍ରାମରେ ବସତି ସ୍ଥାପନ କରିଥିଲେ। ପଦ୍ମାବତୀ ଗ୍ରାମବାସୀ ହସ୍ତତନ୍ତ, କୁଟୀର ଶିଳ୍ପ ସାମଗ୍ରୀ ନିର୍ମାଣ ସହ କୈବର୍ତ୍ତ ଭାବେ କାର୍ଯ୍ୟ କରୁଥିଲେ। ନିଜର ସାମଗ୍ରୀ ସେମାନେ ପଶ୍ଚିମାଞ୍ଚଳକୁ ପଠାଉଥିଲେ। ସେତେବେଳେ ପରିବହନ ପାଇଁ ଜଳପଥର ବ୍ୟାପକ ବ୍ୟବହାର ହେଉଥିବାରୁ ପଦ୍ମାବତୀ ଗ୍ରାମବାସୀ ନଦୀକୂଳେ ବସତି ସ୍ଥାପନ କରିଥିଲେ।

12/06/2020

Leave a Reply

Your email address will not be published. Required fields are marked *

Comments