Bikash Khabar
କେବେ କରୁଥିଲେ ସାଇକେଲ ମରାମତିର କାମ, ଆଜି ହୋଇପାରିଛନ୍ତି ଆଇଏଏସ ଅଫିସର

ଆଜିଠୁ ୧୨ ବର୍ଷ ତଳେ ଭାବି ପାରିନଥିଲି ଯେ ମୁଁ ଏ ସ୍ତରରେ ପହଂଚିପାରିବି । ହାଇସ୍କୁଲରେ ପାଠ ପଢିବାର ସ୍ୱପ୍ନ ସାକାର ହୋଇପାରିବ ବୋଲି ମଧ୍ୟ ଦିନେ ଭାବି ପାରୁନଥିଲି । କିନ୍ତୁ ଆଜି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଛି ବୋଲି କହନ୍ତି ୨୦୧୪ ଗୁଜୁରାଟ କ୍ୟାଡ଼ର ଆଇଏଏସ ବରୁଣ କୁମାର ବରନୱାଲ । ବରୁଣ ମହାନ୍ତି ୨୦୦୬ରେ ମୋ ପିତାଙ୍କ ମୃତ୍ୟୁ ପରେ ଘରର ଜ୍ୟେଷ୍ଠ ପୁତ୍ର କାରଣରୁ ଘରର ସମସ୍ତ ଦାୟିତ୍ୱ ମୋ କାନ୍ଧ ଉପରକୁ ଆସିଥିଲା ଏବେ ଆଉ ପାଠ ପଢି ପାରିବିନି ବୋଲି ମନକୁ ଧାରଣା ଆସିଥିଲା । ବାପାଙ୍କ ସାଇକେଲ ମରାମତି ଦୋକାନ ଚଳାଇଲି । କିନ୍ତୁ ଦଶମ ପରୀକ୍ଷା ଫଳ ଆସିବା ପରେ ସବୁ କିଛି ବଦଳିଗଲା । ପୁରା ଗାଁରେ ମୁଁ ସର୍ବାଧିକ ମାର୍କ ରଖି ପାସ୍ କରିଥିଲି । ମୋ ମା କାମ କରି ମୋତେ ପଢାଇବାରେ ଲାଗିଲା । ମୋ ବାପାଙ୍କ ଡ଼ାକ୍ତର ମୋର ସ୍କୁଲ ଖର୍ଚ୍ଚ ଦେଲେ । ମୋର ଜଣେ ବନ୍ଧୁ  ମାସକୁ ୧୫୦୦ ଟଙ୍କା କୋଚିଂ ଫିସ୍ ଦେଲେ । ଏକାଦଶ ଶ୍ରେଣୀ ପରେ ଇଞ୍ଜିନିୟରିଂରେ ନାମ ଲେଖାଇଲି । ପୁନେର ଏମଆଇଟିରେ ପଢି ବିଶ୍ୱବିଦ୍ୟାଳୟରେ ଟପର ବି ହେଲି । ମୋ ମା ଓ ସାନଭାଇ ବାପାଙ୍କ ସାଇକେଲ ମରାମତି ଦୋକାନ ଚଳାଇ ମୋତେ ସାହାର୍ଯ୍ୟ କରୁଥିଲେ । ମୁଁ ଇଞ୍ଜିନିୟରିଂ ପରେ ଆଇଏଏସ ବିନା କୋଚିଂରେ ଦେଇ ପ୍ରଥମ ପ୍ରୟାସରେ ସଫଳତା ପାଇଥିଲି ବୋଲି ବରୁଣ ଏକ ସାକ୍ଷାତାକାରରେ କହିଥିଲେ । 

 

30/11/2018

Leave a Reply

Your email address will not be published. Required fields are marked *

Comments