Bikash Khabar
ପ୍ରଧାନମନ୍ତ୍ରୀ ମୋଦି ଆଜି ଅରୁଣାଚଳକୁ ଦେବେ ଡ଼ିଡ଼ି ଅରୁଣ ପ୍ରଭା ଚ୍ୟାନେଲର ଉପହାର

ଆଜି ଅରୁଣାଚଳ ପ୍ରଦେଶକୁ ମିଳିବ ୨୪ ଘଣ୍ଟା ସେବା ପ୍ରଦାନକାରୀ ଅରୁଣ ପ୍ରଭା ଦୂରଦର୍ଶନ ଚ୍ୟାନେଲ । ଏହି ଚ୍ୟାନେଲ ସମ୍ପୂର୍ଣ୍ଣ ଭାବେ ରାଜ୍ୟର ସଂସ୍କୃତି ଏବଂ ସଭ୍ୟତା ପ୍ରତି ସମର୍ପିତ ହେବ । ଅରୁଣ ପ୍ରଭା ଚ୍ୟାନେଲର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କରିବେ । ଏହା ସହିତ ଇଟା ନଗର ହେଲୋଙ୍ଗିରେ ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନା କରିବେ । 

ଏହା ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନର ଅଂଶ ବିଶେଷ । ଲୁକ୍ ଇଷ୍ଟ ନୀତିର ଅଂଶସ୍ୱରୂପ ଉତ୍ତର ପୂର୍ବକୁ ରେଳ, ସଡ଼କ, ଟେଲି ଯୋଗାଯୋଗ ଏବଂ ଜଳମାର୍ଗ ସହିତ ଦେଶର ଅନ୍ୟ ଅଂଶ ସହିତ ଯୋଡ଼ିବା କାମକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଅମିତ ଖରେଙ୍କ ସୂଚନା ଅନୁଯାୟୀ ଅରୁଣ ପ୍ରଭା ଚ୍ୟାନେଲ ସମସ୍ତ ଆଧୁନିକ ସୁବିଧା ସହିତ ଆତ୍ମପ୍ରକାଶ କରୁଛି ଯାହାକି ଦୂର ଦୂରାନ୍ତର ଅଂଚଳରୁ ମଧ୍ୟ ଲାଇଭ ପ୍ରସାରଣ ପାଇଁ ସକ୍ଷମ ହୋଇପାରିବ । ଏହାର ମୁଖ୍ୟ କାର୍ଯ୍ୟାଳୟ ଇଟାନଗର ଦୂରଦର୍ଶନ କେନ୍ଦ୍ର ହେବ । ଉତ୍ତରପୂର୍ବ ପାଇଁ ଏହା ଦ୍ୱିତୀୟ ଚ୍ୟାନେଲ । ଆଗରୁ ଡ଼ିଡ଼ି ନର୍ଥଇଷ୍ଟ ପ୍ରସାରଣ ହେଉଛି । ଏଥିରେ ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ଆସାମୀ ଏବଂ ଉତ୍ତରପୂର୍ବର ଅନ୍ୟ ଭାଷା ଗୁଡ଼ିକର କାର୍ଯ୍ୟକ୍ରମ ହେବ ।

09/02/2019

Leave a Reply

Your email address will not be published. Required fields are marked *

Comments