Bikash Khabar
ଡ଼୍ରାଇଭିଂ ସହ ମୋବାଇଲିରେ କଥା ହେଉଥିଲେ ହୁଅନ୍ତୁ ସତର୍କ, ମହାରାଷ୍ଟ୍ରରେ ୩ ମାସ ପାଇଁ ଡ଼ିଏଲ ହେବ ବାତିଲ

ଗତ ବର୍ଷ ମହାରାଷ୍ଟ୍ରରେ ୩୫,୮୦୦ ସଡ଼କ ଦୁର୍ଘଟଣା ହୋଇଥିଲା । ସେଥିରେ ୧୨,୨୦୦ ଲୋକଙ୍କ ଜୀବନ ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଡ଼୍ରାଇଭିଂ ସହ ମୋବାଇଲି ବାର୍ତ୍ତାଳାପ ଉପରେ କଟକଣା ଜାରୀ କରିଛନ୍ତି । କହିଛନ୍ତି ଯେ ଡ଼୍ରାଇଭିଂ ବେଳେ ମୋବାଇଲିରେ କଥା ହେଉଥିବା ଜଣାପଡ଼ିଲେ ଚାଳକଙ୍କ ଡ଼୍ରାଇଭିଂ ଲାଇସେନ୍ସ ୩ମାସ ପାଇଁ ବାତିଲ ହେବ । ପୁନେ-ମୁମ୍ବାଇ ରାଜମାର୍ଗକୁ ଜିରୋ ଟଲରାନ୍ସ ମାର୍ଗ ଭାବେ ବିବେଚନା କରାଯାଇ ଏଭଳି ପଦକ୍ଷେପ ନିଆଯାଇଛି । ଭବିଷ୍ୟତରେ ରାଜ୍ୟର ଅନ୍ୟାନ ସଡ଼କ ଉପରେ ଏଭଳି କଟକଣା ଜାରୀ ହେବ । ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ପୋଲିସ ବ୍ରାଂଚକୁ ଏମନ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ୨୦୧୩ରେ ମହାରାଷ୍ଟ୍ରରେ  ୪୩,୮୬୩ଟି ଦୁର୍ଘଟଣାରେ ୧୩,୨୪୫ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୧୭ରେ ୩୫,୮୫୩ ଟି ଦୁର୍ଘଟଣା ଘଟି ୧୨,୨୬୪ ଜଣଙ୍କ ଜୀବନ ଯାଇଛି । ସଡ଼କର ପ୍ରଶସ୍ତିକରଣ ଅଧିକମାତ୍ରାରେ ଟ୍ରାଫିକ କର୍ମୀଙ୍କ ନିୟୋଜନ, ବ୍ୟାପକ ଅର୍ଥ ଖର୍ଚ୍ଚ କରି ସଚେତନତା ସତ୍ୱେ ବି ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟାରେ ବଡ଼ ଧରଣର ପରିବର୍ତ୍ତନ ଆସୁନଥିବାରୁ ଏଭଳି କଠୋର ପଦକ୍ଷେପ ନିଆଯାଇଛି । ନିଶାପାନ ସହିତ ଗାଡ଼ି ଚାଳନା ଓ ଅନ୍ୟାନ୍ୟ ତ୍ରୁଟି ପାଇଁ ଡ଼୍ରାଇଭିଂ ଲାଇସେନ୍ସ ବାତିଲ କରାଯିବାର ନିୟମାବଳୀ ଲାଗୁ କରାଯାଇଛି । 
 

19/11/2018

Leave a Reply

Your email address will not be published. Required fields are marked *

Comments