Bikash Khabar
ଶୁଖିଲା ପଡ଼ିଥିବା ନଦୀର ହେବ ପୁନରୁଦ୍ଧାର, ଡ଼ିପିଆର ପ୍ରସ୍ତୁତି ସହିତ ସ୍ୱତନ୍ତ୍ର ବଜେଟ ପାଇଁ ଚାଲିଛି ପ୍ରସ୍ତୁତି

ରାଜ୍ୟରେ ଜଳ ସଙ୍କଟ ବ୍ୟାପକ ହେଉଥିବାବେଳେ ତେଣେ ରାଜ୍ୟ ଭିତରୁ ପ୍ରବାହିତ ଅନେକ ନଦୀ ଶୁଖିଲା ପଡ଼ିଛି । ପଡ଼ୋଶୀ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସେମାନଙ୍କ ରାଜ୍ୟରେ ଥିବା ନଦୀ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିବାବେଳେ ପଛରେ ପଡ଼ିଛି ଓଡ଼ିଶା । ଓଡ଼ିଶାର  ନଦୀ ଗୁଡ଼ିକ ପୁନରୁଦ୍ଧାର କରି ଜଳ ପ୍ରବାହ ବୃଦ୍ଧି କରିବା ଏବଂ ଆଡ଼ିବନ୍ଧ ପକାଇ ବର୍ଷାଜଳକୁ ଅମଳ କରିବା ଲାଗି ଜଳ ସମ୍ପଦ ବିଭାଗ ସବିଶେଷ ପ୍ରକଳ୍ପ ରିପୋର୍ଟ ସହିତ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା ଲାଗି ନିଷ୍ପତ୍ତି ନେଇଛି । ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜଳସମ୍ପଦ, ପଂଚାୟତିରାଜ, କୃଷି, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଥିଲା । ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ଓରସକର ସହାୟତାରେ ନଦୀ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ରୂପାୟନ କରାଯିବା ନେଇ ଆଲୋକପାତ ହୋଇଛି । 

 

30/04/2019

Leave a Reply

Your email address will not be published. Required fields are marked *

Comments