Bikash Khabar
କାଳିଆରେ ସାମିଲ ହେବେ ଦୁଗ୍ଧ ଚାଷୀ

କାଳିଆ ଯୋଜନାରେ କୃଷକ, ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ସାମିଲ କରି ସାରିଥିବାବେଳେ ସରକାର ଏବେ ଭୂମିହୀନ ଟସର ଏବଂ ଦୁଗ୍ଧ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏମାନଙ୍କୁ ୧୨,୫୦୦ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ।

ଭୂମିହୀନ ଚାଷୀ ପରିବାରର ଜୀବିକା ନିର୍ବାହ ପାଇଁ କାଳିଆ ଯୋଜନାରେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସରକାରୀ ଚାକିରିଆଙ୍କୁ ବାଦ ଦେଇ ସମସ୍ତ ବୃତ୍ତିଧାରୀମାନେ କାଳିଆ ପାଇଁ ଆବେଦନ କରିଛନ୍ତି । ଅନେକ ପଂଚାୟତରେ ଆବେଦନ ଫର୍ମକୁ ନେଇ ମାରପିଟ ପର୍ଯ୍ୟନ୍ତ କଥା ଯାଇଛି । ରାଜ୍ୟରେ ବ୍ୟବସାୟୀ, ଘରୋଇ କ୍ଷେତ୍ରରେ ନିଯୁକ୍ତଧାରୀମାନେ ଭୂମିହୀନ ଚାଷୀ ଭାବେ ଆବେଦନ କରିଥିବାରୁ ସରକାର ସଂଖ୍ୟା ଦେଖି ତରକି ଯାଇଛନ୍ତି । ବର୍ଷ ବର୍ଷ ଧରି ଚାଷୀଙ୍କ ଜମିରେ ଜଳ ନାହିଁ । ଚାଷୀ ଭଲ ଗୁଣମାନର ବିହନ ପାଉନି । ଅମଳ ପରେ ସାଇତି ରଖିବାକୁ ଗୋଦାମ ନାହିଁ କି ଶୀତଳ ଭଣ୍ଡାର ନାହିଁ । ପ୍ରକ୍ରିୟାକରଣର ସାମାନ୍ୟ ବ୍ୟବସ୍ଥା ନାହିଁ । ଏସବୁ ପାଇଁ ଚାଷୀ ଦାବି କରୁଛି । ଉଚିତ ମୂଲ୍ୟ ନପାଇ ଚାଷୀ ସଡ଼କ ଉପରେ ଦୁଗ୍ଧ ଓ ବିଲାତି ଢାଳି ପ୍ରତିବାଦ କରୁଥିବାବେଳେ ସରକାର ନିର୍ବାଚନକୁ ଦୃଷ୍ଟି ଆଗରେ ରଖି କାଳିଆ ନାଁରେ ସିଧାସଳଖ ଟଙ୍କା ବାଂଟୁଛନ୍ତି । ଏହା ଟସର ଓ ଦୁଗ୍ଧ ଚାଷୀଙ୍କ ଜୀବିକାକୁ ନିଶ୍ଚିତତା କରିବାରେ କୌଣସି ଭୂମିକା ନେଇପାରିବ ନାହିଁ ।

08/03/2019

Leave a Reply

Your email address will not be published. Required fields are marked *

Comments