Bikash Khabar
ଆଦିବାସୀ ପରମ୍ପରାର ପ୍ରଚାର କରୁଛି ‘ଡ଼ଙ୍ଗର’ ଉତ୍ସବ

ଆଦିବାସୀ କଳା ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ କୋରାପୁଟରେ ଆୟୋଜିତ ହୋଇଯାଇଛି ଡ଼ଙ୍ଗର ଉତ୍ସବ । ଆଦିବାସୀ ସଂଗ୍ରହାଳୟ ଓ ଶ୍ରୀଜଗନ୍ନାଥ ମନ୍ଦିରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଡ଼ଙ୍ଗର ୨୦୧୯ ଉତ୍ସବରେ ଆଦିବାସୀ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ବିଷୟ ଗୁଡ଼ିକୁ ନେଇ ଚିତ୍ରାଙ୍କନ, ବକ୍ତୃତା, ରଚନା ଓ ସଂଗୀତ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା ।

ବଣ୍ଡା ଜନଜାତିରୁ ପ୍ରତିନିଧିତ୍ୱ କରୁଥିବା ଶିକ୍ଷକ ଲକ୍ଷ୍ମଣ ମାନଦୋରାଙ୍କୁ ଚଳିତ ବର୍ଷର ଡ଼ଙ୍ଗରଶ୍ରୀ  ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବତନ ନିର୍ବାଚନ କମିଶନ ସଞ୍ଜିବ ହୋତା, କୋଟସର ନିର୍ଦ୍ଦେଶକ ପିସି ମହାପାତ୍ର ଓ ଜିଲ୍ଲାର ବହୁ ଆଦିବାସୀ ଗବେଷକ ଏହି ଉତ୍ସବରେ ଯୋଗ ଦେଇ ଜିଲ୍ଲାର ଆଦିବାସୀ ସାଂସ୍କୃତିକ ଓ ସାମାଜିକ ଜୀବନ ଉପରେ ମତ ଉପସ୍ଥାପିତ କରିଥିଲେ ।

13/01/2019

Leave a Reply

Your email address will not be published. Required fields are marked *

Comments