Bikash Khabar
ଦୁର୍ଗମ ଅଂଚଳର ଗର୍ଭବତୀ ପାଇବେ ସ୍ୱାସ୍ଥ୍ୟସେବା, କନ୍ଧମାଳରେ ଗଡ଼ିଲା ଡ଼େଲିଭରି ଭ୍ୟାନ

କନ୍ଧମାଳର ଦୁର୍ଗମ ଅଂଚଳ ଭାବେ ପରିଚିତ ଅନେକ ଗାଁ ପାଇଁ ଗର୍ଭବତୀ ମା ମାନଙ୍କ ଦୁଃଖ ବଳି ପଡ଼ୁଥିଲା । ଆନୁଷ୍ଠାନିକ ପ୍ରସବ ସହାୟତା ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିବାବେଳେ ଗର୍ଭବତୀ ମା ମାନେ ସଙ୍ଗିଭାରରେ ବେତା ଝୋକେଇରେ ଆଉ ଖଟିଆରେ ବୁହାହୋଇ ମେଡ଼ିକାଲରେ ପହଂଚୁଥିଲେ । ଅଧା ରାସ୍ତାରେ ଅନେକଙ୍କ ଜୀବନ ମଧ୍ୟ ଚାଲି ଯାଉଥିଲା । ଏହାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଡ଼ି ନିଜ ଉଦ୍ୟମରେ କନ୍ଧମାଳର ଦୁର୍ଗମ ଇଲାକା ପାଇଁ ଡେଲିଭରି ଭ୍ୟାନ ପ୍ରସ୍ତୁତ କରିଛନ୍ତି ।

ଭ୍ୟାନରେ ରହିିଛି ଅତ୍ୟାଧୁନିକ ବ୍ୟବସ୍ଥା । ପାରା ମେଡ଼ିକାଲ ଷ୍ଟାଫ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥିରେ ନିୟୋଜିତ କରାଯାଇଛି । ଏହି ଭ୍ୟାନ ଯେକୌଣସି ସ୍ଥାନରେ ପହଂଚି ଆସନ୍ନ ପ୍ରସବକୁ ଉଦ୍ଧାର କରି ଆନୁଷ୍ଠାନିକ ପ୍ରସବ ସହାୟତା ଯୋଗାଇ ଦେବ । ଜିଲ୍ଲାର ନିଜସ୍ୱ ପାଣ୍ଠିରୁ ଏହି ଭ୍ୟାନ ବ୍ୟବସ୍ଥା କରାଯାଇଛି । ବାଇକ ଆମ୍ବୁଲାନ୍ସରେ ଦୁର୍ଗମ ଅଂଚଳର କିଛି ବାଟକୁ ଯାଇ ଗର୍ଭବତୀଙ୍କୁ ଅଣାଯାଇ ପାରୁଥିବାବେଳେ ଏହି ଭ୍ୟାନ ଦୁର୍ଗମ ଅଂଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ପରି ମଧ୍ୟ ସହାୟତା ଯୋଗାଇଦେବ । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦଘାଟନ କରିବା ସହିତ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ । 
 

16/12/2018

Leave a Reply

Your email address will not be published. Required fields are marked *

Comments