Bikash Khabar
ଶିଶୁଙ୍କ ପାଇଁ ଦିଲ୍ଲୀ ସଡ଼କ ପାଲଟିଛି ମରଣଯନ୍ତା

ଦିଲ୍ଲୀ ସହରର ସଡ଼କ ପିଲାଙ୍କ ପାଇଁ ବିପଦ ପ୍ରବଣ । ସଡ଼କ ଦୁର୍ଘଟଣା ଓ ପୀଡ଼ିତଙ୍କ ସଂଖ୍ୟାକୁ ଆଧାର କରି ଅଭିଭାବକ ମାନେ ଏ ପ୍ରକାର ତଥ୍ୟ ସାମ୍ନାକୁ ଆଣିଛନ୍ତି । ୭୦ ପ୍ରତିଶତ ପିତାମାତା କହିଛନ୍ତି ଯେ ଦୁର୍ଘଟଣା ଦୃଷ୍ଟିରୁ ଏଠାକାର ସଡ଼କ ପିଲାଙ୍କ ପାଇଁ ଅସୁରକ୍ଷିତ । ଟ୍ରାଫିକ ନିୟମ ଉଲ୍ଲଂଘନକୁ ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି ।

ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟରତ ଏନଜିଓ ସେଭଲାଇଭ ଫାଉଣ୍ଡେସନ ଓ ଏକ କାର ନିର୍ମାଣକାରୀ କମ୍ପାନୀ ମିଳିତ ଭାବରେ ୧୧ ସହରରେ କରିଥିବା ସର୍ଭେ ଆଧାରରେ ଦିଲ୍ଲୀ ଶିଶୁଙ୍କ ପାଇଁ ଅସୁରକ୍ଷିତ ସହର ଭାବେ ସ୍ୱିକାର କରାଯାଇଛି । ସର୍ଭେରେ ଦିଲ୍ଲୀର ମାତ୍ର ୧୫ ପ୍ରତିଶତ ଲୋକ ପିଲାଙ୍କ ପାଇଁ ଦିଲ୍ଲୀର ସଡ଼କକୁ ସୁରକ୍ଷିତ ଦର୍ଶାଇଛନ୍ତି । ୧୩ ପ୍ରତିଶତ ଲୋକ ମିଶ୍ରିତ ଉତ୍ତର ଦେଇଛନ୍ତି । ସର୍ଭେରେ ୬୫ ପ୍ରତିଶତ ଲୋକ ଚାରିଚକିଆ ଯାନକୁ ସବୁଠୁ ସୁରକ୍ଷିତ ଦର୍ଶାଇଥିବାବେଳେ ୧୦ ପ୍ରତିଶତ ଦୁଇଚକିଆ , ୧୧ ପ୍ରତିଶତ ବସ୍, ୩ ପ୍ରତିଶତ ତିନିଚକିଆ ଏବଂ ୧୦ ପ୍ରତିଶତ ଅନ୍ୟ ଯାନବାହାନ ଗୁଡ଼ିକୁ ସୁରକ୍ଷିତ ଦର୍ଶାଇଛନ୍ତି ।
ଦିଲ୍ଲୀରେ ସିଟବେଲ୍ଟ ନ ବାନ୍ଧି ଗାଡ଼ି ଚଳାଉଥିବା ୧୬୦୦ ଡ଼୍ରାଇଭର ଦୈନିକ ଫାଇନ ଦେଇଥାନ୍ତି । ଟ୍ରାଫିକ ପୋଲିସର ପ୍ରଦତ୍ତ ସୂଚନା ଅନୁଯାୟୀ ୨୦୧୮ରେ ଦିଲ୍ଲୀରେ ସିଟବେଲ୍ଟ ନ ପିନ୍ଧି ୬.୨୫ ଲକ୍ଷ ଲୋକ ଜରିମାନା ଦେଇଛନ୍ତି ।

13/01/2019

Leave a Reply

Your email address will not be published. Required fields are marked *

Comments