Bikash Khabar
ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ, ବିଶ୍ୱର ୩୦ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୨୨ ସହର

ଗ୍ରୀନ୍ ପିସ ଏବଂ ଏୟାର ଭିଜୁଆଲର ମିଳିତ ଉଦ୍ୟମରେ ୱାଲ୍ଡ ଏୟାର କ୍ୱାଲିଟି ରିପୋର୍ଟ ନାମରେ ବାୟୁ ପ୍ରଦୂଷଣ ସଂପର୍କିତ ଏକ ନୁଆ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ବିଶ୍ୱର ୩୦ଟି ପ୍ରଦୂଷିତ ସହର ମଧ୍ୟରୁ କେବଳ ଭାରତର ୨୦ଟି ସହର ଥିବା ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ଚିନ୍ତା ପ୍ରକଟ କରାଯାଇଛି ।

ଭାରତର ଗୁରୁଗ୍ରାମ ଏବଂ ଗାଜିୟାବାଦ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଭାବେ ସାମ୍ନାକୁ ଆସିଛି । ଫରିଦାବାଦ ଭିବାଡ଼ି ଏବଂ ନୋଏଡ଼ା ଦୁନିଆର ସବୁଠୁ ୬ ପ୍ରଦୂଷିତ ସହରମାନଙ୍କ ସୂଚୀରେ ଦିଲ୍ଲୀ ୧୧ ତମ ସ୍ଥାନରେ ରହିଛି । ଯଦି ବିଶ୍ୱର ପ୍ରଦୂଷିତ ରାଜଧାନୀ ଗୁଡ଼ିକୁ ବିଚାର କରିବା ତେବେ ନୂଆଦିଲ୍ଲୀ ନମ୍ବର ୱାନ ସ୍ଥାନରେ ପହଂଚିଯାଇଛି । ଗ୍ରୀନପିସ୍ ସାଉଥ ଇଷ୍ଟ ଏସିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବ ସାନା କହନ୍ତି ବାୟୁ ପ୍ରଦୂଷଣ ଆମ ଭବିଷ୍ୟତ ଏବଂ ଜୀବିକାକୁ ଭୟଙ୍କର ବିପଦ ଘେରକୁ ଠେଲି ଦେଇଛି । ସ୍ୱାସ୍ଥ୍ୟ ଓ ଜୀବିକା ପାଇଁ ଯେଉଁ କ୍ଷତି ଘଟୁଛି ତାହା ଅକଳ୍ପନୀୟ ।
ବିଶ୍ୱର ୩୦୦୦ ସହରର ପ୍ରଦୂଷଣ ସ୍ଥିତି ଅନୁଧ୍ୟାନ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଥିବା ଗ୍ରୀନ ପିସ କହିଛି । ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୩ ମସିହାରୁ ଚୀନରେ ପ୍ରଦୂଷଣ ସ୍ଥିତିରେ ୪୦ ପ୍ରତିଶତ ସୁଧାର ଆସିଥିବାବେଳେ ସବୁ ଦେଶ ଗୁଡ଼ିକୁ ଏଭଳି ସଫଳତା ମିଳିପାରିନାହିଁ ।

06/03/2019

Leave a Reply

Your email address will not be published. Required fields are marked *

Comments