Bikash Khabar
ମାଟିରେ ମିଶିଲା ନୀରବ ମୋଦିଙ୍କ ବିଶାଳ ବଙ୍ଗଳା

ଶହେ କୋଟି ଟଙ୍କାର ବଙ୍ଗଳାକୁ ମିଶାଇ ଦିଆଯାଇଛି ମାଟିରେ । ଏପରି କରିବାକୁ ସାମାନ୍ୟ ଶଙ୍କା ବି ପ୍ରକାଶ କରିନାହାନ୍ତି ସରକାର । ପିଏନବି ଠକେଇର ମାଷ୍ଟର ମାଇଣ୍ଡ ନୀରବଙ୍କ ଉପରେ ଏଭଳି ପ୍ରତିଶୋଧ ନିଆଯାଇଛି ।

ନୀରବ ମୋଦିଙ୍କ ଏହି ବିଶାଳ ବଙ୍ଗଳାକୁ ମାଟିରେ ମିଶାଇ ଦେବା ଏତେ ସହଜ କଥା ନଥିଲା । ଏଥିପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜି ଟିମର ସହାୟତା ଲୋଡ଼ା ଯାଇଥିଲା । ଏହା ଏତେ ମଜଭୁତ ଥିଲା ଯେ ଜେସିବି ମେସିନ ମଧ୍ୟ କାମ କରି ପାରିନଥିଲା । ଏହି କାରଣରୁ ପୂର୍ବରୁ ଜାନୁଆରୀରେ ବଙ୍ଗଳା ଭାଙ୍ଗିବା ପାଇଁ ଥିବା ଯୋଜନା ଫସର ଫାଟି ଯାଇଥିଲା । ଏହାକୁ ଭାଙ୍ଗିବା ପାଇଁ ରାୟଗଡ଼ ଜିଲ୍ଲାପାଳ ବିଜୟ ସୂର୍ଯ୍ୟବଂଶୀ ସୂଚନା ଦେଇଥିଲେ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ଏହି ଖଳନାୟକ ମୁମ୍ବାଇର ଆଲିବାଗରେ ୨୦ ହଜାର ବର୍ଗ ଫୁଟ ପରିସର ମଧ୍ୟରେ ଏକ ବିଳାସମୟ ପ୍ରାସାଦ ରହିଥିଲା । ଏହି ପ୍ରାସାଦ ବେଆଇନ ଭାବେ ନିର୍ମାଣ କରାଯାଇଥିଲା ସରକାରୀ ସୂତ୍ରରୁ ଜଣାପଡ଼ିଥିଲା । ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ବଙ୍ଗଳାକୁ ବେଆଇନ ଘୋଷଣା କରିଥିଲେ । ଭାଙ୍ଗିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟୟ ପକ୍ଷରୁ ବଙ୍ଗଳାର ବହୁ ମୂଲ୍ୟବାନ ସାମଗ୍ରୀକୁ ବାହାର କରାଯାଇ ଜିଲ୍ଲା ପ୍ରଶାସନ ମାର୍ଫତରେ ଦିଆଯାଇଛି ।

08/03/2019

Leave a Reply

Your email address will not be published. Required fields are marked *

Comments