Bikash Khabar
ଶିଶୁ ଦିବସରେ ଦୃଷ୍ଟିବାଧିତ ଶିଶୁଙ୍କୁ କମ୍ବଳ ବଣ୍ଟନ

ସ୍ମାର୍ଟନଗରୀ ଭୁବନେଶ୍ୱରର ତଳିଆ ଅଂଚଳରେ ବସବାସ କରୁଥିବା ଦୃଷ୍ଟିବାଧିତ ଶିଶୁମାନଙ୍କ ପାଇଁ ଶିଶୁଦିବସ ଅବସରରେ କମ୍ବଳ ବଣ୍ଟନ କରାଯାଇଛି । ଆଇନଜିବୀ ଜିନୁ କରଙ୍କ ସହଯୋଗକ୍ରମେ ବାରଙ୍ଗ ଥାନା ପରିସରରେ ଏହି କମ୍ବଳ ବିତରଣ କାର୍ଯ୍ୟକ୍ରମ ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ବାରଙ୍ଗ ଥାନାର ସବ-ଇନିସପେକ୍ଟର ବୃନ୍ଦାବନ ସାହୁ, କନେଷ୍ଟବଳ ଏସ୍.ଏସ୍.ବାରୋଜା, ରାଜ୍ୟ ଉଦ୍ୟାନ ବିଭାଗର ବରିଷ୍ଠ ଅଧିକାରୀ ହିମାଂଶୁ ଶେଖର ଆଚାର୍ଯ୍ୟ, ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ ଓଡ଼ିଶା ଶାଖାର ପରିଭ୍ରାମୀ ଶିକ୍ଷକ ତ୍ରିଲୋଚନ ବେଉରା, କିଶୋର କୁମାର ବଳିୟାରସିଂ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୋଲିସ ପବ୍ଲକ ସମ୍ପର୍କକୁ ଏଭଳି କାର୍ଯ୍ୟକ୍ରମ କିଭଳି କ୍ରିୟାଶୀଳ ଓ ପ୍ରଭାବୀ କରାଇବ ସୂଚାଇଥିଲେ । ସାମାଜିକ ଜୀବନରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା ସହିତ ସାମାଜିକ କଲ୍ୟାଣ ଦିଗରେ ମଧ୍ୟ ପୋଲିସର ଭୁମିକା ରହିଛି । ଏହି କଥା ଶିଶୁମାନଙ୍କୁ ହୃଦବୋଧ କରାଇ ଦେବା ପାଇଁ ଥାନା ପରିସରରେ ଦୃଷ୍ଟିବାଧିତ ଶିଶୁମାନଙ୍କୁ କମ୍ବଳ ବିତରଣ କରାଯାଇଥିବା ଆଇନଜିବୀ ଜିନୁ କର କହିଥିଲେ ।

15/11/2018

Leave a Reply

Your email address will not be published. Required fields are marked *

Comments