Bikash Khabar
ଧାମରାରେ ହେବ ବାଣିଜ୍ୟିକ ବିମାନ ବନ୍ଦର

ରାଜ୍ୟରେ ଶିଳ୍ପାୟନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଧାମରାରେ ବାଣିଜ୍ୟିକ ବିମାନ ବନ୍ଦର ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।
ଧାମରା ଠାରେ ଏକ ଉଚ୍ଚମାନର କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟ ଶାସନ ସଚିବ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଧାମରାଠାରେ ଏକ ବନ୍ଦର ଭିତ୍ତିିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିକଟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ଏଥି ନିମନ୍ତେ ଜମି ନିର୍ଦ୍ଦାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଧାମରା ବନ୍ଦର ଅଂଚଳରେ କମ୍ୟୁନିଟି ହସ୍ପିଟାଲ ସାଙ୍ଗକୁ ପୋଲିସ ଷ୍ଟେସନ ନିର୍ମାଣ ନିମନ୍ତେ ଆଲୋଚନା ହୋଇଛି । ନିକଟରେ ସିବିଏସଇ ଅନୁମୋଦିତ ଉଚ୍ଚମାନର ବିଦ୍ୟାଳୟ ଶିକ୍ଷାଦାନ ଆରମ୍ଭ କରିଛି । ଧାମରା ବନ୍ଦର ନିର୍ମାଣ ଓ ବିକାଶରେ ବନ୍ଦର କମ୍ପାନୀ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବନ୍ଦରରେ ୨୫ ନିୟୁଟ ଟନ କାର୍ଗୋ କାରବାର ବିଶିଷ୍ଟ ୨ଟି ଆମଦାନୀ ଓ ରପ୍ତାନୀ ବର୍ଥ କାର୍ଯ୍ୟକ୍ଷମ ରହିଛି । ୧୮ କିମି ପର୍ଯ୍ୟନ୍ତ ନାଭିଗେସନ ଚାନେଲ ପ୍ରସ୍ତୁତ କରାଯାଇଛି । ଧାମରାକୁ ଏକ ବନ୍ଦର ଭିତ୍ତିକ ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ର ଭାବେ ବିକଶିତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । 
 

12/09/2018

Leave a Reply

Your email address will not be published. Required fields are marked *

Comments