Bikash Khabar
କୋଣାର୍କରେ ସ୍ଥାପିତ ହେବ ଧର୍ମପଦଙ୍କ ପ୍ରତିମୂର୍ତ୍ତି

ଶିଳ୍ପୀ କୂଳର ମାନ ରକ୍ଷା ପାଇଁ କୋଣାର୍କ ମନ୍ଦିରର ଚୂଡ଼ା ଉପରୁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୧୨ ବର୍ଷର ବାଳୁତ ଧର୍ମପଦଙ୍କ କାହାଣୀ ଏବେ ବି ପ୍ରତ୍ୟେକ ଓଡ଼ିଶା ଘରେ ବଂଚି ରହିଛି । କେବଳ ଶିଳ୍ପୀ ନୁହେଁ ପ୍ରତ୍ୟେକଟି ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ଧର୍ମପଦଙ୍କ ସ୍ମୃତିରକ୍ଷା ପାଇଁ ଆଗେଇ ଆସିଛି ଓଡ଼ିଶା ଶିଳ୍ପୀ ମହାସଂଘ । ସଂଘ ପକ୍ଷରୁ ଧର୍ମପଦଙ୍କ ସ୍ମୃତିରକ୍ଷା ନିମନ୍ତେ ୧୨ ଫୁଟ ଉଚ୍ଚତାର ଏକ ପ୍ରସ୍ତର ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ଉଦ୍ୟମ ଆରମ୍ଭ ହୋଇଛି ।

ଭୁବନେଶ୍ୱର ସ୍ଥିତ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିସରରେ ମୂଳ ପ୍ରତିମୂର୍ତ୍ତିର ଏକ ପ୍ରତୀକ କୃତିକୁ ଉନ୍ମୋଚିତ କରିବା ସହ ଧର୍ମପଦଙ୍କ ପ୍ରସ୍ତର ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେଲା ବୋଲି ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଘୋଷଣା କରିଥିଲେ ।

07/03/2019

Leave a Reply

Your email address will not be published. Required fields are marked *

Comments