Bikash Khabar
ରାଜ୍ୟ ଗ୍ରାମାଂଚଳରେ ପ୍ରଥମ,ନରସିଂହପୁରରେ ହେବ ଡ଼ାଏଲିସିସ୍ କେନ୍ଦ୍ର

ରାଜ୍ୟର ଗ୍ରାମାଂଚଳରେ ପ୍ରଥମ ଡ଼ାଏଲିସିସ୍ କେନ୍ଦ୍ର କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ନରସିଂହପୁର ଡ଼ାକ୍ତରଖାନାରେ ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସ ଅବସରରେ ଲୋକାର୍ପିତ ହେବ । ବଡ଼ମ୍ବା ଓ ମାଣିଆବନ୍ଧରେ ମଧୁମେହ ଓ ବୃକକରେ ଆକ୍ରାନ୍ତଙ୍କ ପାଇଁ ରକ୍ତ ନିରୂପଣ ଯନ୍ତ୍ର ମଧ୍ୟ ପ୍ରଦାନ କରାଯିବ । ରାଜ୍ୟସରକାର ପିପିିପି ମୋଡ଼ରେ ଏହି ଡ଼ାଏଲିସିସ୍ କେନ୍ଦ୍ର ପରିଚାଳିତ ହେବ ।

ସୂଚନା ଯୋଗ୍ୟ ଯେ, କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ୮୦ରୁ ଊଦ୍ଧ୍ୱର୍ ଗ୍ରାମରେ ୭୦୦ରୁ ଅଧିକ ରୋଗୀ କିଡ଼ନୀ ରୋଗରେ ପୀଡ଼ିତ । ବଡ଼ମ୍ବାରେ ୨୦ରୁ ଅଧିକ ଗାଁରେ ୨ ଶହରୁ ଅଧିକ ରୋଗୀ ଅଛନ୍ତି । ରାଜ୍ୟରେ ଗ୍ରାମାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାଏଲିସିସ୍ ର ସୁବିଧା ନାହିଁ । ନରସିଂହପୁରରେ ଏଭଳି ବ୍ୟବସ୍ଥା ରାଜ୍ୟରେ ପ୍ରଥମ । ଏଠାରେ ବଡ଼ମ୍ବା ସମେତ ନରସିଂହପୁର ଓ ଏହାର ନିକଟସ୍ଥ ଗ୍ରାମାଂଚଳର ଲୋକମାନେ ମାଗଣାରେ ଡ଼ାଏଲିସିସ୍ ସୁବିଧା ପାଇପାରିବେ । ଆଗରୁ କିଡ଼ନୀ ରୋଗୀମାନେ ଡ଼ାଏଲିସିସ୍ ପାଇଁ କଟକ ବଡ଼ ମେଡ଼ିକାଲକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ପରେ ପରୀକ୍ଷା ମୂଳକ ଭାବେ ଏହି ଅଂଚଳରେ ଡ଼ାଏଲିସିସ୍ ର ସୁବିଧା ଉପଲବ୍ଧ କରାଯାଇଥିଲା, କିନ୍ତୁ ଟେକନିସିଆନଙ୍କ ଅଭାବ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଏବେ ପିପିପି ମୋଡ଼ରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ରୋଗୀମାନଙ୍କ ମଧ୍ୟରେ ନୂଆ ଆଶା ସଂଚାରିତ ହୋଇଛି । 
 

13/11/2018

Leave a Reply

Your email address will not be published. Required fields are marked *

Comments