Bikash Khabar
କୃଷକ ମାନଙ୍କ ପାଇଁ ଡ଼ିଜିଟାଲ ସୂଚନା ସେବା ଲୋକାର୍ପିତ

ଏଣିକି ଜିଲ୍ଲାର ଚାଷୀମାନଙ୍କ ପାଇଁ ହାତ ମୁଠାରେ ରହିବ ଚାଷ ସଂପର୍କିତ ସୂଚନା । ଏହା ପୁଣି ନିଜ ମାତୃଭାଷାରେ ଉପଲବ୍ଧ ହେବ । କୃଷି ବିଭାଗ ଉପନିର୍ଦ୍ଦେଶକ ଶ୍ରୀ ଧର ଦାସ ଡ଼ିଜିଟାଲ ସୂଚନା ସେବାକୁ ଆତ୍ମା (ଏଗ୍ରିକଲଚର ଟେକ୍ନୋଲୋଜି ମେନେଜମେଣ୍ଟ ଏଜେନ୍ସି) କାର୍ଯ୍ୟାଳୟରେ ଶୁଭାରମ୍ଭ କରି ଏହି ସୂଚନା ପ୍ରଦାନ କରିଛନ୍ତି ।
ରିଲିୟାନ୍ସ ଫାଉଣ୍ଡେସନର ଟେକନିକାଲ ୱାର୍କରମାନଙ୍କ ସମେତ ବିଭିନ୍ନ ବିଭାଗର ୩୫ ଜଣ ଅଧିକାରୀ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉଦ୍ୟାନବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ ସ୍ୱାଇଁ ଚାଷୀମାନଙ୍କୁ ସୂଚନା ଉପଲବ୍ଧ କରାଯିବା ପରେ କୃଷି ଓ ଉଦ୍ୟାନ କୃଷି ଦିଗରେ ବ୍ୟାପକ ଭଲ ଖବରମାନ ପ୍ରତିଫଳିତ ହେବ ବୋଲି ମତ ଦେଇଥିଲେ । ରିଲିୟାନ୍ସ ଫାଉଣ୍ଡେସନ ମୋବାଇଲି, କେବୁଲ ଟିଭି, ରେଡ଼ିଓ ଓ ଭିଡ଼ିଓ କନଫରେନ୍ସ ଜରିଆରେ ଚାଷୀଙ୍କ ନିକଟରେ କୃଷି ସୂଚନା ପହଂଚାଇଥାଏ । ବଲାଙ୍ଗିର ଜିଲ୍ଲାର ଚାଷୀମାନେ ମେସେଜ୍, ଅଡ଼ିଓ କନଫରେନ୍ସ, ଭିଡ଼ିଓ କନଫରନ୍ସେ ଏବଂ ଟୋଲ ଫ୍ରି ହେଲପ ଲାଇନ ନମ୍ବର ଜରିଆରେ ସ୍ଥାନୀୟ ଭାଷାରେ ଏକତ୍ରୀକରଣ ହୋଇଥିବା ସୂଚନା ପାଇପାରିବେ । ଧାନ ଓ କପାରେ ପୋକ ଲାଗିବା ସଂପର୍କିତ ଏକ ଅଡ଼ିଓ ବାର୍ତ୍ତାଳାପର ଆୟୋଜନ କରାଯାଇଥିଲା । ଏଥିରେ ଦେଓଗାଁ ବ୍ଲକର ୨୩ ଜଣ ଚାଷୀ ଆତ୍ମା ଅଫିସରେ ଉପସ୍ଥିତ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । 
 

14/09/2018

Leave a Reply

Your email address will not be published. Required fields are marked *

Comments