Bikash Khabar
ସ୍ମାର୍ଟ ସିଟିକୁ ଆସୁଛି ସ୍ମାର୍ଟ କାର୍ଡ଼, ଏହା ଜରିଆରେ ଦେଇ ହେବ ସବୁ ପ୍ରକାର ଦେୟ

ସ୍ମାର୍ଟ ସିଟିରେ ଚଳିତ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରଚଳିତ ହେବ ସ୍ମାର୍ଟ କାର୍ଡ଼ । ଏହା ଜରିଆରେ ବସ ଭଡ଼ା ଠାରୁ ପାର୍କିଂ ପିସି ଓ ମ୍ୟୁନିସିପାଲିଟି ସର୍ଭିସ ଫିସ ଠାରୁ ୟୁଟିଲିଟି ପେମେଣ୍ଟ ଯାଏ ସବୁ ପ୍ରକାର ଦେୟ ଦେଇ ହେବ । ମହାନଗର ନିଗମ ପକ୍ଷରୁ ଏଭଳି ଏକ କାର୍ଡ଼ର ପ୍ରଚଳନ ଖୁବ୍ ଶିଘ୍ର ହେବାକୁ ଯାଉଛି । ଦେୟ ପ୍ରଦାନ ପାଇଁ ଏହାକୁ ଡ଼ିଜିଟାଲ ସଂଯୋଜିତ କରାଯିବ । ପୁରା ସହରରେ  ସିଟିଜେନ ସର୍ଭିସ ଦେୟ ପ୍ରଣାଳୀ ଏହି କାର୍ଡ଼ ଜରିଆରେ କରାଯିବ ।
ଅନ୍ୟୁନ ୫ ଲକ୍ଷ କାର୍ଡ଼ ଛପାଯିବା ଦିଗରେ ବ୍ୟାଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟଟକ ଏବଂ ଅନ୍ୟାନ୍ୟ ବ୍ୟବହାରକାରୀମାନେ ୨୦୦ ଟଙ୍କା ଦେଇ ଟପ ଅପ କାର୍ଡ଼ ସଂଗ୍ରହ କରିପାରିବେ । ପ୍ରତି କାର୍ଡ଼ ପିଚ୍ଛା ଏକକାଳୀନ ୫୦ ଟଙ୍କା ଜମା କରିବାକୁ ହେବ । ଏହା କାର୍ଡ଼ ଛପା ମୂଲ୍ୟ ବାବଦକୁ ବ୍ୟାଙ୍କ ନେଇଯିବ । ଚଳିତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ପ୍ରଚଳିତ ହେବ । ଆଇସିଆଇସିଆଇ ବ୍ୟାଙ୍କ ଓ ସ୍ମାର୍ଟ ସିଟି  ଲିମିଟେଡ଼ର ଯୁଗ୍ମ ଉଦ୍ୟମରେ ଏଭଳି କାର୍ଡ଼ ବ୍ୟବସ୍ଥା ପ୍ରଚଳିତ ହେବ । 
 

08/09/2018

Leave a Reply

Your email address will not be published. Required fields are marked *

Comments