Bikash Khabar
ଗୁଜୁରାଟର ଦିବ୍ୟାଙ୍ଗ କୃଷକ ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ, ଆଧୁନିକ ପ୍ରଣାଳୀରେ ଡ଼ାଳିମ୍ବ ଚାଷ କରି ବଦଳାଇଛନ୍ତି ଲୋକଙ୍କ ଧାରଣା

୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଦୀପା କର୍ମାକାର, ବିରାଟ କୋହଲି ଏବଂ ସଂଜୀବ କପୁରଙ୍କ ଭଳି ଜଣାଶୁଣା ନାମଙ୍କ ମଧ୍ୟରେ ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କୁ ଗୁଜୁରାଟର ଚାଷୀମାନେ ଭଲ ଭାବେ ଜାଣିଥିଲେ । ସେ ଥିଲେ ଗୁଜୁରାଟ ବନାସକାଣ୍ଟା ଜିଲ୍ଲାର ସରକାରୀ ମୋଲିୟା ଗାଁର ଦିବ୍ୟାଙ୍ଗ ଚାଷୀ ଗେନା ଭାଇ ଦର୍ଗାଭାଇ ପଟେଲ ।

ଗେନା ଭାଇ ଜନ୍ମରୁ ଦିବ୍ୟାଙ୍ଗ ଥିଲେ । ତାଙ୍କ ପିତା ଜଣେ କୃଷକ ଥିଲେ । ବଡ଼ ଭାଇ ବାପାଙ୍କୁ ଚାଷ କାମରେ ସହାୟତା କରୁଥିଲେ । ତାଙ୍କ ବାପା ଓ ଭାଇମାନଙ୍କ ଧାରଣା ଥିଲା ଯେ ଦିବ୍ୟାଙ୍ଗ କାରଣ ଦୃଷ୍ଟିରୁ ଗେନା ଭାଇ ଚାଷରେ କିଛି ବି ସହାୟତା କରିପାରିବ ନାହିଁ । କିନ୍ତୁ ଗେନା ପାଇଁ ଶାରୀରିକ ଶ୍ରମ ବ୍ୟତୀତ ଅନ୍ୟ କାମ କରିବା ପାଇଁ କ୍ଷେତକୁ ଯାଉଥିଲେ । ସେ ଧିରେ ଧିରେ ଟ୍ରାକ୍ଟର ଚଳାଇବା ଶିଖିଗଲେ । ଗହମ, ମକା ଆଦି ଚାଷ ହେଉଥିଲା । ଗେନା ଭାଇ ପାରମ୍ପରିକ ଫସଲ ନକରି ଫଳ ବଗିଚା ପାଇଁ ମନ ବଳାଇଥିଲେ । କୃଷି ଅଧିକାରୀଙ୍କ ସହିତ ସାକ୍ଷାତ, କୃଷି ବିଶ୍ୱବିଦ୍ୟାଳୟ ସହ ନିୟମିତ ଯୋଗାଯୋଗ, ମହାରାଷ୍ଟ୍ର ଓ ଗୁଜରାଟର ସଫଳ ଚାଷୀଙ୍କୁ ସାକ୍ଷାତ ପରେ ସେ ନିଜ ଜମିରେ ଭଲ ପ୍ରଜାତିର ଡ଼ାଳିମ୍ବ ଚାଷ ଆରମ୍ଭ କରିଥିଲେ । ୨୦୦୪ରେ ଗେନା ଭାଇ ୧୮ ହଜାର ଡ଼ାଳିମ୍ବ ଚାରା ଲଗାଇଥିଲେ । ୨୦୦୭ରେ ଫୁଲ ଧରିଥିଲା । ତାଙ୍କ ଦେଖାଦେଖି ଅନ୍ୟ ଚାଷୀମାନେ ମଧ୍ୟ ଡ଼ାଳିମ୍ବ ଲଗାଇଥିଲେ । ବନସକାଣ୍ଠାରୁ ଟ୍ରକ ଭର୍ତ୍ତି ଡ଼ାଳିମ୍ବ ଦିଲ୍ଲୀ, ଜୟପୁର ବଜାରରେ ପହଂଚିଲା । ଗେନା ଭାଇ ୬ ଏକରରେ ଡ଼ାଳିମ୍ବ ଚାଷ କରି ୫୪ ହଜାର କିଲୋ ଫଳାଇଲେ । କେଜି ପ୍ରତି ୪୨ ଟଙ୍କାରେ ବିକ୍ରୀ କରି ୧୦ ଲକ୍ଷ ଟଙ୍କା ରୋଜଗାର କଲେ । ପାରମ୍ପରିକ ଚାଷ କରି ସେ ପୂର୍ବରୁ ଏତିକି ଜମିରେ ୨୦ରୁ ୨୫ ହଜାର ରୋଜଗାର କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବ୍ୟାଙ୍ଗ ଚାଷୀ କିଭଳି ଅଂଚଳର ଅର୍ଥନୀତି ବଦଳାଇ ଦେଇଛନ୍ତି ମନେ ପକାଇବା ପରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

21/02/2019

Leave a Reply

Your email address will not be published. Required fields are marked *

Comments