Bikash Khabar
ଭିନ୍ନକ୍ଷମତାକୁ ଜିତି ଥିଲେ ମଧ୍ୟ ପ୍ରଶାସନ ନିକଟରେ ହାରିଗଲା ଏ ଛାତ୍ର, ତିନିଚକିଆ ପାଇଁ ସାର୍ଟିଫିକେଟ ସାଜିଛି ବାଧକ

ଛତିଶଗଡ଼ ରାୟଗଡ଼ର ପ୍ରଶାସନ ପୁଣି ଥରେ ନିଜର ଅମାନବିକତା ପାଇଁ ଚର୍ଚ୍ଚାକୁ ଆସିଛି । ହାତଗୋଡ଼ ନଥିବା ଜଣେ ପ୍ରାଥମିକ ସ୍କୁଲର ଛାତ୍ରକୁ ଭିନ୍ନକ୍ଷମତା ପ୍ରମାଣ ପତ୍ର ନଥିବାରୁ ପ୍ରଶାସନ ତିନିଚକିଆ ସାଇକେଲ ଦେବା ପାଇଁ ରୋକଠୋକ ମନା କରିଦେଇଛି ।

ଛାତ୍ର ଜଣକ ତିନିଚକିଆ ସାଇକେଲଟିଏ ପାଇଁ ପ୍ରତି ଥର ଶିବିରକୁ ଆସୁଥିବାବେଳେ ତାକୁ ମନା କରି ଦିଆଯାଉଛି । ରାୟଗଡ଼ର ଭାରପ୍ରାପ୍ତ ସି ଏମ ଏଚ ଓ ସଫେଇ ଦେଇ କହିଛନ୍ତି ଯେ ଧରମଜୟଗଡ଼ ସିଭିଲ ହସ୍ପିଟାଲରେ ଅସ୍ଥିଶଲ୍ୟ ବିଶେଷଜ୍ଞ ନଥିବା କାରଣରୁ ପ୍ରମାଣ ପତ୍ର ମିଳିବାରେ ଡ଼େରି ହେଉଛି । 
ରାୟଗଡ଼ ଜିଲ୍ଲା ଧରମଜୟଗଡ଼ ଖରିସିୟା ନିବାସୀ କୃଷ୍ଣକୁମାରଙ୍କ ୯ ବର୍ଷର ପୁଅ ଜଣେ ଭିନ୍ନକ୍ଷମ । ତାର ହାତ ଓ ଗୋଡ଼ ନାହିଁ । ପିଲାଟିର ଦାଦା ଘାସିରାମ ଦୈନିକ ପିଲାଟିକୁ ସ୍କୁଲ ନେବା ଆଣିବା କରନ୍ତି । ପିଲାଟିର ପଢିବା ଆଗ୍ରହ ଦେଖି ସ୍ୱତନ୍ତ୍ର ଭାବେ ଏଠାରେ ମୌଖିକ ପରୀକ୍ଷା ହୋଇଥାଏ । ହାତ ଗୋଡ଼ ନଥିଲେ ହେଁ ପିଲାଟି ମୁହେଁ ମୁହେଁ ଉତ୍ତର ଦେଇ ବୁଦ୍ଧିମତା ସାବ୍ୟସ୍ତ କରିଛନ୍ତି । କିନ୍ତୁ ତିନି ଚକିଆ ସାଇକେଲଟିଏ ପାଇଁ ପିଲାଟି ସଂଘର୍ଷ କରୁଥିଲେ ହେଁ ପ୍ରଶାସନ ସହଯୋଗ କରୁନାହିଁ । ରାୟଗଡ଼ ଜିଲ୍ଲାପାଳଙ୍କୁ ପିଲାଟିର ମା ବାପା ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ଫଳ ମିଳିପାରିନାହିଁ ।

17/01/2019

Leave a Reply

Your email address will not be published. Required fields are marked *

Comments