Bikash Khabar
ଗଞ୍ଜାମ ଜିଲ୍ଲାର ୧୦୫୦ ଗ୍ରାମରେ ପ୍ରସ୍ତୁତ ହେବ ବିପର୍ଯ୍ୟୟ ପରିଚାଳନା ଯୋଜନା

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଓସଡ଼ମା । ରାଜ୍ୟର ୧୦ ହଜାର ଗ୍ରାମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି  । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ୧୦୫୦ ଗ୍ରାମରେ ଯୋଜନା ପ୍ରସ୍ତୁତ ହେବ । ଗ୍ରାମର ସାମାଜିକ ଅର୍ଥନୈତିକ ସ୍ଥିତି, କେଉଁ ପ୍ରକାର ବିପର୍ଯ୍ୟୟ ବାରମ୍ବାର ଦେଖା ଦେଉଛି, କିଭଳି ତାହାର ମୁକାବିଲା କରାଯିବ ଏବଂ ମୁକାବିଲା ପାଇଁ କଣ ପଦକ୍ଷେପ ଆବଶ୍ୟକ ତାହାକୁ ସର୍ଭେ କରି ଏହି ଯୋଜନା ତିଆରି ହେବ ।

ବିଗତ ୧୯ ବର୍ଷ ଭିତରେ ଗଞ୍ଜାମ ଜିଲ୍ଲାରେ ଅନୁଭୂତ ହୋଇଛି ୪ଟି ବାତ୍ୟା । ୧୯୯୯ ମହାବାତ୍ୟା, ୨୦୧୩ର ଫାଇଲିନ୍, ୨୦୧୭ର ହୁଡ଼୍ହୁଡ଼୍ ୨୦୧୮ର ତିତଲିରେ ଗଞ୍ଜାମ ପ୍ରଭାବିତ ହୋଇଛି । ବାତ୍ୟା ସମେତ ବଜ୍ରପାତ, ସର୍ପାଘାତ, ପାଣିରେ ବୁଡ଼ି ମରିବା, ଅଂଶୁଘାତରେ ଧନଜୀବନ ନଷ୍ଟ ହୋଇଛି । ୨୦୧୬ରେ ଜିଲ୍ଲାରେ ୫୧ଜଣ ସାପ କାମୁଡ଼ାରେ ମରିଥିବାବେଳେ ୨୦୧୭ରେ ୭୬ ଜଣ ଓ ୨୦୧୮ରେ ୫୮ ଜଣ ପ୍ରାଣ ହରାଇଛନ୍ତି । ୨୦୧୬ରୁ ୧୮ ତିିନିବର୍ଷ ମଧ୍ୟରେ ଜିଲ୍ଲାରେ ବଜ୍ରାଘାତରେ ୮୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ ମସିହାରେ ପାଣିରେ ବୁଡ଼ି ୬୯ ଜଣଙ୍କ ଜୀବନ ଯାଇଛି । ତିତଲି ବାତ୍ୟା ଓ ବନ୍ୟାରେ ଗଞ୍ଜାମରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଫାଇଲିନରେ ୨୦ଜଣଙ୍କ ଓ ପରବର୍ତ୍ତି ବନ୍ୟାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାକୃତିକ ବିପର୍ଯ୍ୟୟରୁ ଗଞ୍ଜାମବାସୀଙ୍କୁ ସୁରକ୍ଷା ଦେବା ଦିଗରେ ଗ୍ରାମ୍ୟସ୍ତରୀୟ ଯୋଜନା ସହାୟକ ହେବ ବୋଲି କୁହାଯାଉଛି । 
 

07/01/2019

Leave a Reply

Your email address will not be published. Required fields are marked *

Comments