Bikash Khabar
ପରିବାବାଲା ଡ଼ାକ୍ତର, ୧୪ ହଜାର ରୋଗୀଙ୍କୁ କରିଛନ୍ତି ମାଗଣାରେ ସର୍ଜରୀ

ଡାଃ ନାଗେନ୍ଦ୍ର ସିଂହ ପେଷାରେ ଜଣେ ଡ଼ାକ୍ତର । ଲୋକେ ତାଙ୍କୁ ପରିବାବାଲା ଡ଼ାକ୍ତର ନାମରେ ଜାଣନ୍ତି । ଡ଼ା ନାଗେନ୍ଦ୍ର ଆଜି ପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଗରିବ ରୋଗୀଙ୍କୁ ମାଗଣାରେ ସର୍ଜରି କରି ଜୀବନଦାନ ଦେଇଛନ୍ତି । ଡ଼ାକ୍ତରମାନେ ଗୋଟିଏ ଦିନ ଗରିବ ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନକି ବାତ୍ ରେ କହିବା ପରେ ଡ଼ାକ୍ତର ସିଂହ ମାଗଣାରେ  ରୋଗୀ ସେବା ପାଇଁ ତତ୍ପରତା ଦେଖାଇଥିଲେ ।
ଜାମସେଦପୁରରେ ଥିବା ଗଙ୍ଗା ମେମୋରିଆଲ ହସପିଟାଲର ସଂସ୍ଥାପକ ଡ଼ାକ୍ତର ନାଗେନ୍ଦ୍ର ସିଂହ ବହୁ ଆଗରୁ ମଧ୍ୟ ମାଗଣାରେ ରୋଗୀ ସେବା କରୁଥିଲେ କିନ୍ତୁ ନିୟମିତ ପ୍ରତି ସପ୍ତାହରେ ଗୋଟିଏ ଦିନ ପାଇଁ କରୁନଥିଲେ । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ତାଙ୍କୁ ପ୍ରେରଣା ଯୋଗାଇଥିଲା । କେବଳ ଚିକିତ୍ସା ସେବା ନୁହେଁ ସର୍ଜରୀ ମଧ୍ୟ ମାଗଣାରେ କରାଉଛନ୍ତି ଏହି ଡ଼ାକ୍ତର । ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର ରୋଗୀମାନେ ଜାମସେଦପୁର ଗଙ୍ଗା ମେମୋରିଆଲକୁ ମାଗଣା ଚିକିତ୍ସା ପାଇଁ ଯାଇଥାନ୍ତି । ରୋଗୀମାନେ ଡ଼ାକ୍ତରଙ୍କ ସେବା ପ୍ରତିବଦଳରେ ପନିପରିବା, ଚାଉଳ, ମୁଢି, ବାଦାମ, କାକୁଡ଼ି ଆଦି ଭେଟି ଦେଇଥାନ୍ତି । ଡ଼ାକ୍ତର ଏସବୁ ଦ୍ରବ୍ୟ ନିଜ ପାଇଁ ରଖି ବାକି ଅନ୍ୟମାନଙ୍କୁ ବାଣ୍ଟି ଦେଇଥାନ୍ତି ।
ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ଦିନ ଡ଼ାକ୍ତର ସିଂହ ଗୋଟିଏ ଚାରା ଉପହାର ଦେଇଥାନ୍ତି । କହନ୍ତି ଏହାକୁ ଯତ୍ନର ସହ ରୋପଣ କରି ଫଟୋ ପଠାଇବ । ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହ ପରିବେଶ ସୁରକ୍ଷା ପ୍ରତି ଡ଼ାକ୍ତରଙ୍କ ଉତ୍ସାହକୁ ନେଇ ଚର୍ଚ୍ଚା ହୋଇଥାଏ ।
 

20/10/2018

Leave a Reply

Your email address will not be published. Required fields are marked *

Comments