Bikash Khabar
କର୍ଣ୍ଣାଟକ : କ୍ୟାମେରା ଟ୍ରାପରୁ ସବୁ ବାଘର ହେବ ଦଲିଲ କରଣ

ଦେଶର ସର୍ବାଧିକ ସଂଖ୍ୟକ ବାଘ ରହୁଛନ୍ତି କର୍ଣ୍ଣାଟକର ଜଙ୍ଗଲରେ । ଏହି ବାଘମାନଙ୍କୁ ଚିହ୍ନଟ ଏବଂ ଦଲିଲ କରଣ ପାଇଁ ରାଜ୍ୟ ବନବିଭାଗ ପ୍ରୟାସ ଆରମ୍ଭ କରିଛି । ବାଘର ପ୍ରକୃତ ସଂଖ୍ୟା କେତେ, ସଂରକ୍ଷିତ ବନାଂଚଳରେ ସେମାନଙ୍କ ଚଲାବୁଲା କିଭଳି ଏବଂ ଜନ-ଜନ୍ତୁ ବିବାଦ ତଥା ବାଘମାନଙ୍କ ହାବ ଭାବ ସ୍ୱଭାବ ଆଦିର ଲିପିବଦ୍ଧ ପାଇଁ କର୍ଣ୍ଣାଟକ ଜଙ୍ଗଲ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେଉଥିବା ଜଣାପଡ଼ିଛି । ସହରକାରୀ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ସୁବାସ କେ ମାଲଖେଡ଼େ ଏ ସଂପର୍କିତ ସୂଚନା ଦେଇ କହିଛନ୍ତି ଯେ ଜାତୀୟ ସ୍ତରରେ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ସମାନ ପ୍ରକାର କାର୍ଯ୍ୟକ୍ରମ ସାରା ଭାରତରେ କରିବାକୁ ଚାହୁଁଥିବାବେଳେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ଭାବେ ପ୍ରତ୍ୟେକ ବାଘର ଦଲିଲ କରଣ ପ୍ରୟାସ ଆରମ୍ଭ କରିଛି ।

ସାରା ଦେଶରେ କ୍ୟାମେରା ଟ୍ରାପିଂ ଓ ପଗ୍ ମାର୍କ ସର୍ଭେରେ ବାଘ ଗଣନା କରାଯାଇଥାଏ । ଆମେ କ୍ୟାମେରାରେ କଏଦ ହୋଇଥିବା ବାଘର ଫଟୋକୁ ଅନୁଧ୍ୟାନ କରିବା ସହ ବିସ୍ତୁୃତ ଆନୁସଙ୍ଗିକ ସୂଚନା ସଂଗ୍ରହ କରି ଦଲିଲକରଣ କରିବୁ ବୋଲି ମାଲଖେଡ଼େ କହନ୍ତି । ମଣିଷର ଅଙ୍ଗୁଳି ଛାପ ପରି ବାଘର ଚର୍ମ ଉପରେ ପଡ଼ିଥିବା କଳା ହଳଦିଆ ପଟିର ସ୍ୱାତନ୍ତ୍ର‌୍ୟତା ରହିଛି । କର୍ଣ୍ଣାଟକରେ ୬୦୦୦ କ୍ୟାମେରା ୩ହଜାର ସ୍ଥାନରେ ଗୋଟିଏ  ସମୟରେ ଖଞ୍ଜାଯାଇ ଗଣତି ସରିଛି ।
୨୦୧୪ ଗଣନାରେ କର୍ଣ୍ଣାଟକର ବାଘ ସଂଖ୍ୟା ୪୦୬ ଥିଲେ ଯାହାକି ଅନ୍ୟ ରାଜ୍ୟ ଗୁଡ଼ିକଠାରୁ ଅଧିକ । ଭାରତରେ ୨୨୨୬ ବାଘ ଥିବାବେଳେ ଉତ୍ତରାଖଣ୍ଡରେ ୩୪୦, ମଧ୍ୟପ୍ରଦେଶରେ ୩୦୮ ଏବଂ ତାମିଲନାଡ଼ୁରେ ୨୨୯ ଥିବା ସାମ୍ନାକୁ ଆସିଥିଲା । 
 

18/12/2018

Leave a Reply

Your email address will not be published. Required fields are marked *

Comments