Bikash Khabar
ଗାଁ ମୁହାଁ ହୋଇଛି ସଂଗଠନ, ୫୦୦ କମ୍ବଳ ବାଣ୍ଟିଲା ଆଂଚଳିକ ବିକାଶ ପରିଷଦ

ଶୀତ କେବଳ ସହରରେ ନଥାଏ, ଗାଁରେ ବି ଥାଏ । ସହରରେ ଫୁଟପାଥରେ ରହୁଥିବା ଲୋକମାନଙ୍କୁ ଅନେକ ସଂଗଠନ କମ୍ବଳ ବାଣ୍ଟୁଥିବା ଦେଖିବାକୁ ମିଳୁଥିବା ବେଳେ ଆଂଚଳିକ ବିକାଶ ପରିଷଦ ଗାଁ ମୁହାଁ ହୋଇଛି । ପ୍ରାୟ ୧୫ଟି ଗ୍ରାମ ଏବଂ ମହାନଗର ନିଗମର ଶତାଧିକ ଯୁବକଙ୍କ ଦ୍ୱାରା ଗଢାଯାଇଥିବା ଏହି ସଂଗଠନ ତିନିଦିନ ଧରି ଗରିବ ଏବଂ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ଣ୍ଟନ କରିଥିଲା । ରାଜ୍ୟରେ ଶୀତଲହର ଜାରି ରହିଥିବା ବେଳେ ପ୍ରାୟ ପାଂଚଶହ ଲୋକଙ୍କୁ ଏହି କମ୍ବଳ ବଣ୍ଟାଯାଇଥିଲା । ଏଥିରେ ଟିକରପଡ଼ା, ଇଟିପୁର ଏବଂ ଶିଶୁପାଳଗଡ଼ ପଂଚାୟତର କଲ୍ୟାଣପୁର, ଗଙ୍ଗେଶ୍ୱରପୁର, ବସନ୍ତପୁର, ପଳାସପୁର, ଇଟିପୁର, ବିକିପୁର ଆଦି ଗ୍ରାମରେ ଏହା ବଣ୍ଟନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଅଣରାଜନୈତିକ ସଂଗଠନଟି ଗତ ୬ ମାସ ଧରି ନିୟମିତ ଭାବେ ଗ୍ରାମର ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିଆସୁଛି । ସଂଗଠନର ସଦସ୍ୟମାନେ ଏକାଠି ହୋଇ ପ୍ରତି ରବିବାର ସକାଳେ ଗ୍ରାମ, ଶିକ୍ଷାନୁଷ୍ଠାନ ଏବଂ ଦେବାଳୟର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ନିଶା ନିବାରଣ ଏବଂ ପଲିଥିନ୍ ବିରୋଧରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । 

 

10/01/2019

Leave a Reply

Your email address will not be published. Required fields are marked *

Comments