Bikash Khabar
ଦ୍ୱାର ମୁହଁରେ ପୋଲିସ ସେବା, ମହାରାଷ୍ଟ୍ରର ଆଇପିଏସ ବିନୀତା ସାହୁଙ୍କ ନିଆରା ଉଦ୍ୟମ

ପୋଲିସ ପ୍ରତି ସାଧାରଣ ଜନଗଣଙ୍କ ମନରେ ଡ଼ର ଓ ଭୟ ଥାଏ । ଗ୍ରାମୀଣ ଅଂଚଳରେ ଏହା ଅଧିକ । ଲୋକଙ୍କ ମନରୁ ପୋଲିସ ପ୍ରତି ଥିବା ଭୟ ଦୂର ପାଇଁ ସାରା ଦେଶରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ସତ୍ୱେ ଏଥିରୁ ଶତ ପ୍ରତିଶତ ସଫଳତା ମିଳୁନଥିବାରୁ ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାର ଯୁବ ଆଇପିଏସ ଅଫିସର ବିନୀତା ସାହୁ ଏକ ନିଆରା ତଥା ପ୍ରଭାବଶାଳୀ ଉଦ୍ୟମ ହାତକୁ ନେଇ ସଫଳତା ସାଉଁଟିଛନ୍ତି ।

ନିଜ ଉଦ୍ୟମ ସ୍ୱରୂପ ବିନୀତା ପୋଲିସ ଥାନାର ସେବାକୁ ଗ୍ରାମାଭିମୁଖୀ କରାଇଲେ । ଥାନା ପାଲଟିଲା ଭ୍ରାମ୍ୟମାଣ । ପୋଲିସ କର୍ମଚାରୀ ଘର ଘର ବୁଲି ଲୋକଙ୍କୁ ଭେଟିଲେ । ଆଲୋଚନା କଲେ । ଏବଂ ଗାଁ ସ୍ତରରେ ଏଫଆଇଆର ପଞ୍ଜିକୃତ କରାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ ସହ ଓ ଦୋଷୀ କିପରି ଦଣ୍ଡ ପାଇବ ସେ ବ୍ୟବସ୍ଥାକୁ ନିଶ୍ଚିତତା କଲେ । ଡ଼ୋର ଟୁ ଡ଼ୋର ସର୍ଭିସ ଫଳରେ ଲୋକଙ୍କ ମନରେ ପୋଲିସ ପ୍ରତି ବିଶ୍ୱାସ ବଢିଲା ।
ଅନୀତାଙ୍କ ଏହି ଭ୍ରାମ୍ୟମାଣ ଥାନା ମହାରାଷ୍ଟ୍ରର ଗ୍ରାମାଂଚଳରେ ବୁଲି ବୁଲି ସେବା ଯୋଗାଇଛି । ଭ୍ରାମ୍ୟମାଣ ଥାନା ଯେପରି ପ୍ରତିଟି ଗାଁକୁ ନିୟମିତ ବ୍ୟବଧାନରେ ପହଂଚିପାରିବ ସେ ବ୍ୟବସ୍ଥା କରାଯାଇଛି । ଏଥିରେ ଜଣେ ମହିଳା କନଷ୍ଟେବଳ, ଜଣେ ପୋଲିସ ଅଧିକାରୀ ଏବଂ ଦୁଇଜଣ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି । ସ୍କୁଲ ଓ ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ଭ୍ରାମ୍ୟମାଣ ଥାନା ପାଇଁ ବ୍ୟବହାର କରାଯାଉଛି । ଯେଉଁଠି ସ୍କୁଲ କିମ୍ବା ପଂଚାୟତରେ ଯାଗା ନାହିଁ ସେଠାରେ ତମ୍ବୁ ଟାଣି ଅସ୍ଥାୟୀ ଥାନା ପରିଚାଳନା ହେଉଛି । ପଥପ୍ରାନ୍ତ ନାଟକ ଓ ଅନ୍ୟାନ ସାଧନ ବ୍ୟବହାର କରି ପୋଲିସର ଭୂମିକାକୁ ଦର୍ଶାଯାଉଛି ।

19/01/2019

Leave a Reply

Your email address will not be published. Required fields are marked *

Comments