Bikash Khabar
ପ୍ରକାଶ ପାଇଲା ବିଜ୍ଞପ୍ତି, ୬ ସହରରେ ଏଣିକି ପଲିଥିନ ବ୍ୟାଗ୍ ମନା

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ପ୍ରମୁଖ ୬ଟି ସହରରେ ପଲିଥିନ ବ୍ୟାନ ହେବ । ଏହାର ଉତ୍ପାଦନ, ମହଜୁଦ, ବିକ୍ରୀ ଓ ବ୍ୟବହାର ଉପରେ ହେବ କଟକଣା । ୫୦୦ ମିଲିମିଟରରୁ କମ୍ ପ୍ଲାଷ୍ଟିକ ବୋତଲ ନିଷିଦ୍ଧ ହେବ । ୫୦ ମାଇକ୍ରନରୁ ଅଧିକ ମୋଟେଇରୁ କମ୍ ହେବନି କ୍ଷୀର ଓ ଖାଦ୍ୟ ପ୍ୟାକିଂ ପଲିଥିନ । ତେବେ ଔଷଧ ତଥା ବିହନ, ଜୈବିକ ସାର ଭଳି କେତେକ ଅତ୍ୟାବଶ୍ୟକ ସାମଗ୍ରୀକୁ ଏସବୁ କଟକଣାରୁ ମୁକ୍ତ କରାଯାଇଛି ।
ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଭଳି ପୌରାଂଚଳରେ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ । ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବାର ୧ ମାସ ମଧ୍ୟରେ ନିଷିଦ୍ଧ ସାମଗ୍ରୀକୁ ହଟାଇବାକୁ ହେବ । ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । 
 

06/09/2018

Leave a Reply

Your email address will not be published. Required fields are marked *

Comments