Bikash Khabar
ମାଲକାନଗିରି, କୋରାପୁଟରେ ମାଓବାଦୀଙ୍କୁ ଜଗିବ ଡ଼୍ରୋନ

ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ମାଓବାଦୀମାନେ ମାଲକାନଗିରି ଓ କୋରାପୁଟକୁ ନିଜର ଟ୍ରାଞ୍ଜିଟ ପଏଣ୍ଟ କରିସାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲା ଗୁଡ଼ିକରେ ଡ଼୍ରୋନ ନିୟୋଜିତ କରାଯିବ ବୋଲି ପୋଲିସର ମହାନିର୍ଦ୍ଦେଶକ ରାଜେନ୍ଦ୍ର ଶର୍ମା ସୂଚାଇଛନ୍ତି ।
ମାଲକାନଗିରି ଓ କୋରାପୁଟରେ ମାଓବାଦୀଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପୋଲିସ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଇଛି । ଚଳିତ ଆର୍ଥିକ ବର୍ଷରେ ଏଭଳି ଡ଼୍ରୋନ ଅଣାଯିବ ।
କୋମ୍ବିଂ ଅପରେସନ ଓ ତଲାସୀ ଅଭିଯାନ ବେଳେ ଏମାନେ ସୀମାନ୍ତ ଜିଲ୍ଲାଗୁଡ଼ିକ ଦେଇ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଖସି ପଳାଇବାରେ ସକ୍ଷମ ହେଉଛନ୍ତି । ଅତୀତରେ ଏହାର ଅନେକ ନଜିର ରହିଛି । ତେଣୁ ଡ଼୍ରୋନ ସହାୟତାରେ ମାଓବାଦୀଙ୍କ ଗତିବିଧି ଉପରେ ନିଜର ରଖାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । 
 

24/09/2018

Leave a Reply

Your email address will not be published. Required fields are marked *

Comments