Bikash Khabar
ବିଚ୍ଛିନ୍ନାଞ୍ଚଳରେ ଉଡ଼ିବ ଡ଼୍ରୋନ, ଗୁରୁପ୍ରିୟା ସେତୁ ଉପରେ ରଖିବ ନଜର

ମାଲକାନାଗିରିର ଜଳବନ୍ଦୀ ଦୁର୍ଦ୍ଦଶା ଭୋଗୁଥିବା ବିଚ୍ଛିନ୍ନାଂଚଳ ପାଇଁ ଗୁରୁପ୍ରିୟା ସେତୁ ଲାଇଫ ଲାଇନ ହୋଇଥିବାବେଳେ ଏହାକୁ ଉଡ଼ାଇ ଦେବାର ଧମକ ଦେଉଛନ୍ତି ମାଓବାଦୀମାନେ । ଲାଲ ବର୍ବରତା ପାଇଁ କୁଖ୍ୟାତି ମୁଣ୍ଡାଇଥିବା ବିଚ୍ଛିନ୍ନାଂଚଳ ସମେତ ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେବା ପାଇଁ କମ୍ବିଂ ଅପରେସନରେ ଡ଼୍ରୋନ କ୍ୟାମେରାକୁ ସାମିଲ କରାଯିବା ନିଷ୍ପତ୍ତି ହୋଇଛି ।
ପୁଲିସ ବିଭାଗ ଗୁରୁପ୍ରିୟା ସେତୁ ଓ ବିଚ୍ଛିନ୍ନାଂଚଳରେ ମାଓବାଦୀ ଗତିବିଧି ଉପରେ ନଜର ରଖିବା ପାଇଁ ଗୋଟିଏ ଡ଼୍ରୋନ କ୍ୟାମେରା ୧୫ ଲକ୍ଷ ଟଙ୍କା ଦେଇ କିଣିଛନ୍ତି । କଟକ ଦୁର୍ଗାପୂଜା ଆଇନ ଶୃଙ୍ଖଳା ତଦାରଖ ପାଇଁ ଖୁବ ଶିଘ୍ର ଆଉ ଏକ କ୍ୟାମେରା କିଣାଯିବ ।
ଏହି ଡ଼୍ରୋନ କ୍ୟାମେରା ଘଂଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ଗତିବିଧି ସଂପର୍କରେ ୨୪ ଘଣ୍ଟା ଉଡ଼ି ଚିତ୍ର ମାଧ୍ୟମରେ ତଥ୍ୟ ପ୍ରଦାନ କରିବାର ସାମର୍ଥ୍ୟ ରଖିଛି । ଏକ କାଳୀନ ୨୪ ଘଣ୍ଟା ଉଡ଼ିପାରୁଥିବା ଏହି ଡ଼୍ରୋନକୁ ସ୍ଥଳ ଭାଗରୁ ୨୫ କିମି ପର୍ଯ୍ୟନ୍ତ ନିମନ୍ତ୍ରଣ କରାଯାଇପାରିବ । 
 

15/09/2018

Leave a Reply

Your email address will not be published. Required fields are marked *

Comments