Bikash Khabar
ଦୁବାଇ ଓଡ଼ିଆ ସମାଜର ସ୍ମାଇଲ୍‌ ଫୋର୍ସ ଅଭିଯାନ,ପ୍ରବାସୀଙ୍କୁ ଭିଟାମାଟିକୁ ଫେରାଇବାରେ ବଢ଼ାଇଲା ସହଯୋଗର ହାତ

ଦୁବାଇରେ ଫସି ରହିଥିବା ୧୮୯ ଓଡ଼ିଆ ଆଜି ଓଡ଼ିଶା ଫେରିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ପ୍ରମୁଖ ଭୂମିକା ନେଇଛି ଦୁବାଇ ଓଡ଼ିଆ ସମାଜ ଏବଂ ସ୍ମାଇଲ୍ଫୋର୍ସ। ଏକ ଚାର୍ଟର ଫ୍ଲାଇଟ୍ଫ୍ଲାଏ ଦୁବାଇ ଏଫ୍ଜେଡ୍୪୪୭୫ଯୋଗେ ୯ଟାରେ ଆସି ସମସ୍ତ ଯାତ୍ରୀ ପହଞ୍ଚିଛନ୍ତି। ୟୁଏଇରେ ଅବସ୍ଥାପିତ ଦୁବାଇ ଓଡ଼ିଆ ସମାଜର .ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ସମେତ ଅକ୍ଷୟ କୁମାର ଖୁଣ୍ଟିଆ, କୁମାରିକା ଶତପଥୀ, ଜ୍ଞାନେନ୍ଦ୍ର ପଣ୍ଡା, ମନୋଜ ମେହେର ପ୍ରଶାନ୍ତ ପାତ୍ର ପ୍ରମୁଖଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ଏହାବ୍ୟତୀତ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଯୋଗାଯୋଗ କରିଥିବା କିଛି ଓଡ଼ିଆ ଲୋକ ମଧ୍ୟ ଏହି ଫ୍ଲାଇଟ୍ଯୋଗେ ଘରକୁ ଫେରି ପାରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଫ୍ଲାଇଟ୍ଯୋଗେ ଓଡ଼ିଶାରେ ଅଟକି ରହିଥିବା ଏବଂ ୟୁଏଇ ବାସିନ୍ଦା ଭିସା ଥିବା ଓଡ଼ିଆମାନେ ମଧ୍ୟ ଭୁବନେଶ୍ବରରୁ ଦୁବାଇ ଅଭିମୁଖେଯାଇପାରିଛନ୍ତି। . ଖୁଣ୍ଟିଆ କହିଛନ୍ତି ସମସ୍ତେ ଭାବନ୍ତି ବିଦେଶରେ ଆସି ରହିଥିବା ସମସ୍ତ ଲୋକ ବହୁତ ରୋଜଗାର କରୁଛନ୍ତି। ମାତ୍ର ଏଠୁ ଏହି କରୋନା ପରିସ୍ଥିତିରେ ୯୦ ପ୍ରତିଶତ ଲୋକ ଫେରିଛନ୍ତି ଯେଉଁମାନଙ୍କ ପାଖେ ଫେରିବା ବେଳେ ପାଖରେ କିଛି ଟଙ୍କା ନଥିଲା। ଏହି ଚାର୍ଟର ଫ୍ଲାଇଟ୍ପାଇଁ ୪୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା େଳେ କିଛି ଟଙ୍କା ଯାତ୍ରା କରିଥିବା ଲୋକଙ୍କଠାରୁ ସଂଗ୍ରହ ହୋଇଥିଲା ଏବଂ ଆଉ କିଛି ଏଠାରେ ଥିବା ଓଡ଼ିଆମାନେ ଦେଇଥିଲେ। ଯେବେଠୁ କରୋନା ଏପରି ପ୍ରକୋପ ଦେଖାଇବା ଆରମ୍ଭ କରିଛି ଏଠାରେ ଫସି ରହିଥିବା କାମ ହରାଇ ଚିନ୍ତାରେ ଥିବା ଲୋକମାନଙ୍କ ତାଲିକା ସଂଗ୍ରହ କରିବା ଆରମ୍ଭ କରିଥିଲୁ। ୩ହଜାର ଲୋକଙ୍କ ତାଲିକା ସଂଗ୍ରହ କରିବା ପରେ ମେ୧୪ ତାରିଖରେ ପ୍ରଥମ ଫ୍ଲାଇଟ୍ଦୁବାଇରୁ ଭୁବନେଶ୍ବର ପଠାଇଥିଲୁ। ଏହା ମଧ୍ୟରେ ଆମେ ୫ଟି ଚାର୍ଟର ଫ୍ଲାଇଟ୍ ବ୍ୟବସ୍ଥା କରିଛୁ। ଅନ୍ୟ ୬ଟି ଫ୍ଲାଇଟ୍ଭାରତ ସରକାରଙ୍କ ଇଣ୍ଡିଆନ ଏୟାର ଲାଇନ୍ ଦ୍ବାରା ଚାଲିଥିବା ବନ୍ଦେ ଭାରତ ମିସନ୍ଦ୍ବାରା ଓଡ଼ିଶାରେ ପହଞ୍ଚିଛି। ୨ହଜାର ଲୋକ ପ୍ରାୟ ଫେରିସାରିଲେଣି। ଅନ୍ୟ ଲୋକମାନଙ୍କୁ ଓଡ଼ିଶା ଫେରେଇ ନେବା ପାଇଁ ମଧ୍ୟ ବନ୍ଦୋବସ୍ତ କରୁଛୁ। ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଓଡ଼ିଶା ପଠାଇବା ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ ବୋଲି ସେ କହିଛନ୍ତି।

16/07/2020

Leave a Reply

Your email address will not be published. Required fields are marked *

Comments