Bikash Khabar
ନଦୀ ପ୍ରଦୂଷଣକୁ ରୋକିବା ଲାଗି ପଦକ୍ଷେପ

ଦଶହରା ସରିଛି । ମେଲାଣି ନେଇଛନ୍ତି ମା’ । ପୂଜା ମଣ୍ଡପ ଗୁଡ଼ିକ ଶନିବାର ସନ୍ଧ୍ୟାରେ ମା’ଙ୍କ ମୂର୍ତ୍ତି ଗୁଡ଼ିକୁ ନେଇ ବିସର୍ଜନ କରିଛନ୍ତି । ତେବେ ଚଳିତ ବର୍ଷ ଅଧିକାଂଶ ପୂଜା ମଣ୍ଡପ ଗୁଡ଼ିକ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକୁ ନଦୀରେ ବିସର୍ଜନ ନକରାଇ ସରକାରଙ୍କ ପକ୍ଷରୁ ଖୋଳା ଯାଇଥିବା ସ୍ୱତନ୍ତ୍ର ବିସର୍ଜନ ଗାଡ଼ିଆରେ ବିସର୍ଜିତ କରି ଫେରିଛନ୍ତି ।
କୁଆଖାଇ, ଦୟା ଆଦି ନଦୀ ପଠାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବିସର୍ଜନ ପୋଖରୀ ମାନ ଖୋଳାଯାଇଥିଲା । କୁଆଖାଇ ନଦୀ ପଠାରେ ୨ଟି ସ୍ୱତନ୍ତ୍ର ବିସର୍ଜନ ସ୍ଥାନ ସୃଷ୍ଟି କରାଯାଇଥିବାବେଳେ ଟଙ୍କପାଣି ରୋଡ଼ ଓ ଦୟାନଦୀରେ ଗୋଟିଏ କରି ପୋଖରୀ ଖୋଳାଯାଇଥିଲା । ବିଏମସି ମେୟର ଅନନ୍ତ ନାରାୟଣ ଜେନା, ଦ୍ୱୈତନଗର ପୁଲିସ କମିଶନର ସତ୍ୟଜିତ ମହାନ୍ତି, ଭୁବନେଶ୍ୱର ଡ଼ିସିପି ଅନୁପ ସାହୁ ଓ ବିଏମସିର ପଦାଧିକାରୀମାନେ କୁଆଖାଇ ବିସର୍ଜନ ସ୍ଥଳୀରେ ଉପସ୍ଥିତ ରହି ତଦାରଖ କରୁଥିଲେ । ମୂର୍ତ୍ତି ଗୁଡ଼ିକୁ ବିସର୍ଜନ ଦିଗରେ ସୁବିଧା କରାଇବା ପାଇଁ ବିଏମସି ପକ୍ଷରୁ କ୍ରେନ୍ ବ୍ୟବସ୍ଥା ଉପଲବ୍ଧ କରାଯାଇଥିଲା । 
 

21/10/2018

Leave a Reply

Your email address will not be published. Required fields are marked *

Comments