Bikash Khabar
ଆଗାମୀ ୩ ବର୍ଷରେ ସବୁ ଜିଲ୍ଲାରେ ହେବ ଟ୍ରମା କେୟାର ସେଣ୍ଟର

ଆଗାମୀ ୩ ବର୍ଷ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯିବା ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ।
ଆଗାମୀ ୬ ମାସ ମଧ୍ୟରେ ରାଜ୍ୟରେ ୧୦ଟି ଟ୍ରମା କେୟାର ସେଣ୍ଟର ଖୋଲାଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ କଟକ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ବ୍ରହ୍ମପୁର କୃଷ୍ଣଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ବୁର୍ଲା ଭିମସାର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ ଏବଂ ପୁରୀ ଜିଲ୍ଲା ହସପିଟାଲ ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ରହିଛି । ବାରିପଦା ମେଡ଼ିକାଲ କଲେଜରେ ଏଭଳି କେନ୍ଦ୍ର ଉପଲବ୍ଧ ନାହିଁ । ବାରିପଦା ଦେଇ ଜାତୀୟ ରାଜପଥ-୧୮ ଯାଇଥିବାବେଳେ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣାମାନ ହେଉଛି । ଦୁର୍ଘଟଣାଗ୍ରସ୍ଥ ପୀଡ଼ିତମାନଙ୍କ ଆଶୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ରହିଛି । 
 

18/09/2018

Leave a Reply

Your email address will not be published. Required fields are marked *

Comments