Bikash Khabar
ଇଜ୍ ଅଫ ଡ଼ୁଇଙ୍ଗ ବିଜନେସ, ୨୩ଟି ର‌୍ୟାଙ୍କ ଉପରକୁ ଉଠିଲା ଭାରତ

ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଛି ଇଜ୍ ଅଫ ଡ଼ୁଇଙ୍ଗ ବିଜନେସ ର‌୍ୟାଙ୍କିଙ୍ଗ । ଭାରତ ପୂର୍ବାପେକ୍ଷା ଢେର ଉନ୍ନତି କରିଥିବା ଜଣାଯାଇଛି । ପୂର୍ବବର୍ଷ ତୁଳନାରେ ଭାରତ ୨୩ଟି ର‌୍ୟାଙ୍କ ଉପରକୁ ଉଠି ୭୭ତମ ସ୍ଥାନରେ ରହିଛି ।

ବିଶ୍ୱର ୧୯୦ଟି ଦେଶକୁ ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ଇଜ୍ ଅଫ ଡ଼ୁଇଙ୍ଗ ବିଜନେଓ ର‌୍ୟାଙ୍କିଙ୍ଗ ପ୍ରକାଶ କରାଯାଇଛି । ୨୦୧୭ରେ ଭାରତ ଏଥିରେ ୧୦୦ତମ ସ୍ଥାନରେ ଥିଲା । ଚଳିତ ଥର ଭାରତକୁ ୭୭ତମ ସ୍ଥାନ ମିଳିଛି । ନିଜ ର‌୍ୟାଙ୍କିଙ୍ଗରେ ଭଲ ପ୍ରଦର୍ଶନ କରିଥିବା ୧୦ଟି ଦେଶ ମଧ୍ୟରେ ଭାରତ ଏଥର ସ୍ଥାନ ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ବିଗତ ୨ବର୍ଷ ମଧ୍ୟରେ ନିଜ ର‌୍ୟାଙ୍କରେ ୫୩ତମ ଉପରକୁ ଉଠିଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଭାରତ ଏହି ର‌୍ୟାଙ୍କରେ ୬୫ଟି ସ୍ଥାନ ଉପରକୁ ଉଠିଛି । 
 

01/11/2018

Leave a Reply

Your email address will not be published. Required fields are marked *

Comments